Home ଓଡ଼ିଶା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ପରଲୋକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶରତଚନ୍ଦ୍ର ତ୍ରିପାଠୀଙ୍କର ଗତକାଲି ରାତିରେ ୮୫ବର୍ଷ ବୟସରେ ପରଲୋକ ଘଟିଛି । ଡମପଡ଼ା ବ୍ଲକ ଅନ୍ତର୍ଗତ କୁସୁନ୍ଦା ଗ୍ରାମରେ ଜନ୍ମିତ ସ୍ୱର୍ଗତ ତ୍ରିପାଠୀ ଏକ ଧାରାରେ ସଂସ୍କୃତି ପ୍ରେମୀ ଭାବରେ ଜନସାଧାରଣଙ୍କ ପାଖରେ ପରିଚିତ ହୋଇ ହାରମୋନୀୟମ୍, ଡୁବୁଲା ବଜାଇ ବହୁ ଅନୁଷ୍ଠାନରୁ ପୁରସ୍କାର ପ୍ରାପ୍ତ ହୋଇଥିଲେ । ସେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସୁବର୍ଣ୍ଣପୁର, ବଡମ୍ବା, ନରସିଂହପୁର ଓ ବାଙ୍କୀ ମୁଖ୍ୟ ଶାଖାରେ ମ୍ୟାନେଜର ଭାବେ କାର୍ଯ୍ୟକରି ବହୁ ଉଲ୍ଲେଖନୀୟ କାର୍ଯ୍ୟକରିଥିଲେ । ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମଝିଆ ପୁଅ ସରୋଜ କୁମାର ତ୍ରିପାଠୀ ମୁଖାଗ୍ନି ପ୍ରଦାନ କରିଥିଲେ । ପରିବେଶବିତ୍ ସୁରେଶଚନ୍ଦ୍ର ତ୍ରିପାଠୀ , ଶିକ୍ଷକ ସୁବାସ ତ୍ରିପାଠୀ, ସମାଜସେବୀ ସୁଶୀଲ୍ ତ୍ରିପାଠୀ, ରାମକୃଷ୍ଣ ମିଶ୍ର, ରଜତ କୁମାର ତ୍ରିପାଠୀ, ଆଲୋକମିଶ୍ରଙ୍କ ସମେତ ପରିବାରବର୍ଗ ସ୍ୱର୍ଗଦ୍ୱାର ଠାରେ ଉପସ୍ଥିତ ରହି ଶେଷକୃତ କାର୍ଯ୍ୟ ସମ୍ପନ୍ନ କରାଯିବା ସହିତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ତାଙ୍କର ପରଲୋକରେ ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ , ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହାନ ମିଶ୍ର ଶୋକ ପ୍ରକାଶ କରି ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ by Proprietor Abhimanyu Maharana May 11, 2026 ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ by Proprietor Abhimanyu Maharana May 11, 2026 ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ by Proprietor Abhimanyu Maharana May 11, 2026 ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 11, 2026 ଓଡ଼ିଶା ଜନତା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana May 11, 2026 ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା by Proprietor Abhimanyu Maharana May 10, 2026