୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଙ୍ଗଠନ ଅଟେ । ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି, ପ୍ରମୁଖ ପ୍ରବାସୀ ଓଡ଼ିଆ, ଓଡ଼ିଶା କୈନ୍ଦ୍ରିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ତୁଙ୍ଗ ନେତୃବର୍ଗ ଏବଂ ଓଡ଼ିଶା ପ୍ରେମୀମାନେ, ଏହି ସଂସ୍ଥାରେ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶା ବାହାରେ ବସବାସ କରୁଥିବା ପ୍ରାୟ ଦେଢ଼ କୋଟି ଓଡ଼ିଆଙ୍କର ସର୍ବାଙ୍ଗୀନ କଲ୍ଯାଣ ଓ ସମୂହ ସ୍ଵାର୍ଥ ସାଧନ ଉଦ୍ଦେଶ୍ୟରେ ଏହି ସଙ୍ଗଠନ ସମର୍ପିତ । ଏହି ବୈଶିକ ଅନୁଷ୍ଠାନ ଆନ୍ତର୍ଜାତିକ ଦରବାରରେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ଐତିହ୍ୟ, ସାହିତ୍ୟ, ଭାଷା, ପର୍ଯ୍ୟଟନ, ପରିପାଟି, ଭାସ୍କର୍ଯ୍ୟ ଏବଂ ବ୍ୟଞ୍ଜନର ପ୍ରଚାର ପ୍ରସାର ପାଇଁ ଅହରହ ଉଦ୍ୟମ କରି ଆସୁଛି ।
