୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପୂର୍ବାପେକ୍ଷା ବଢିଛନ୍ତି ୩୫୯୭୪ ଭୋଟର । ଏଥିରେ ୧୮ ରୁ ୧୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୨୦୬୪୨ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ । ଆଜି ପୂର୍ବାହ୍ନ ରେ ସର୍କିଟ ହାଉସ ଠାରେ ୨୦୨୫ ର ଭୋଟର ତାଲିକା ପ୍ରକାଶିତ ହୋଇଛି । ଏହାକୁ ପ୍ରକଶନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଏକ ସୁଦୃଢ ଗଣତନ୍ତ୍ର ପାଇଁ ମତଦାନ ଯେତିକି ଜରୁରୀ ସୁସ୍ଥ ଓ ସଠିକ ଭୋଟର ତାଲିକା ମଧ୍ୟ ସେତିକି ଜରୁରୀ ବୋଲି କହିଥିଲେ । ସମସ୍ତ ନୂତନ ଭୋଟର ମାନଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ନିଶ୍ଚିତ ମତଦାନ କରିବାକୁ ଅନୁରୋଧ କରିଥିଲେ ।

