Home ଓଡ଼ିଶା ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଶିଶୁ ଅଧିକାର ସୁରକ୍ଷା ପ୍ରତିଯୋଗିତା ଓ ସମ୍ମିଳନୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ତତ୍ତ୍ଵlବଧାନରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା, ଶରଧା ବାଲି, ପୁରୀ ଠାରେ ଶିଶୁ ଅଧିକାର ସୁରକ୍ଷା ପ୍ରତିଯୋଗିତା ଓ ସମ୍ମିଳନୀ ଗତ ୫ ଜାନୁଆରୀ ୨୦୨୫ ରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ଓ ବିଦ୍ୟାଳୟରୁ ମୋଟ ୫0 ଜଣ ଛାତ୍ରଛାତ୍ରୀ ପୋଷ୍ଟର ପ୍ରସ୍ତୁତି ଓ କୁଇଜ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଅସୁରକ୍ଷିତ ଶିଶୁ ଓ ସୁରକ୍ଷିତ ସମ୍ଭାବନା ବିଷୟରେ ପୋଷ୍ଟର ପ୍ରସ୍ତୁତ କରି କନିଷ୍ଠ ବିଭାଗ ରେ ଔରଶିଖା ରଥ, ଓମପ୍ରିୟା ମହାପାତ୍ର ଓ ସ୍ମୃତି ବେବର୍ତ୍ତା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରେୟା ମହାନ୍ତି, ପ୍ରୟାଗ ଚନ୍ଦ୍ର ମିଶ୍ର ଓ ଜଗନ୍ନାଥ ବେହେରା ବରିଷ୍ଠ ବିଭାଗରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ସହିତ ଶିଶୁ ଯତ୍ନ ଓ ସୁରକ୍ଷା, ଚାଇଲଡ ହେଲ୍ପ ଲାଇନ ଆଦି ବିଷୟକୁ ନେଇ ବିଷୟ ବିଶେଷଜ୍ଞମାନେ ସେମାନଙ୍କର ମତ ଓ ପରାମର୍ଶ ରଖିଥିଲେ। ବିଷୟ ବିଶେଷଜ୍ଞ ଭାବରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା, କାର୍ଯ୍ୟକ୍ରମ ଅଧିକାରୀ ସଂଗ୍ରାମ କିଶୋର ସାମଲ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର, କିଶୋର ନ୍ୟାୟ ବୋର୍ଡ ସଦସ୍ୟ ମହାବୀର ରୁଦ୍ର ନାରାୟଣ ସାହୁ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ରୁଚିକା ସାମାଜିକ ସଂଗଠନର ନିର୍ଦ୍ଦେଶକ ବେଣୁଧର ସେନାପତି, ପୁସ୍ତକ ମେଳା ସମ୍ପାଦକ ଚକ୍ରଧର ମହାପାତ୍ର, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ସୁରକ୍ଷାରେ ଅଭିଭାବକ, ଛାତ୍ରଛାତ୍ରୀ, କର୍ମକର୍ତ୍ତା, ଗଣମାଧ୍ୟମଙ୍କ ଦାୟିତ୍ୱ କାର୍ଯ୍ୟକାରୀ ଵିଧିବ୍ୟବସ୍ଥା, ପୋଷ୍ୟ ସନ୍ତାନ ଗ୍ରହଣ ଆଦି ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଶିଶୁ ସମାଚାରର ଜାନୁଆରୀ ୨୦୨୫ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ପୋଷ୍ଟର ତିଆରି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରି ପ୍ରୀତିକାନ୍ତ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳକ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି କହିଥିଲେ ଯେ, ଶିଶୁମାନଙ୍କର ସୁରକ୍ଷା ହେଲେ ସାମାଜିକ ପ୍ରଗତି ହେବ । ଶିଶୁ ମାନଙ୍କ ସୁରକ୍ଷା ସମ୍ବନ୍ଧରେ ଯେତେ ଜାଣିବା ଶିଶୁ ମାନଙ୍କୁ ସେତିକି ସୁରକ୍ଷିତ ରଖିପାରିବା । ମିଶନାରୀ ଅଫ ଚାରିଟି ଖ୍ରୀଷ୍ଟୋଜ୍ୟୋତି ଆଶ୍ରମର ବ୍ରଦର ଟିଣ୍ଟୁସ ମିଞ୍ଜଙ୍କୁ ଉତ୍ସର୍ଗୀକୃତ ଶିଶୁ ଯତ୍ନ ଓ ସୁରକ୍ଷା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପରିଚାଳନା କରିଥିବା ବେଳେ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲଡ ହେଲ୍ପଲାଇନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026