ରାଜ୍ୟ ସ୍ତରୀୟ ଆନ୍ତ ଜେଭିରିଆନ ବିଜ୍ଞାନ ମେଳା

0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା  :-> ବାଲିପାଟଣା ସ୍ଥିତ ଜାଭିୟର୍ସ ହାଇସ୍କୁଲ ଠାରେ ରାଜ୍ୟ ସ୍ତରୀୟ ଆନ୍ତ ଜାଭିରିଆନ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ଥିବା ସେଣ୍ଟ ଜାଭିୟର୍ସ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ପ୍ରାୟ ୨୭ ଗୋଟି ବିଦ୍ୟାଳୟର ୨୬୭ ଗୋଟି ପ୍ରକଳ୍ପକୁ ଛାତ୍ର ଛାତ୍ରୀମାନେ ପ୍ରଦର୍ଶିତ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପ୍ରତିପାଦିତ କରିଥିଲେ ।

ଏହି ଉପଲକ୍ଷେ ଏକ ସାଧାରଣ ସଭା ଆୟୋଜିତ ହୋଇ ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଛାତ୍ର ଛାତ୍ରୀମାନେ ନିଜସ୍ୱ ପ୍ରତିଭା ପ୍ରଦର୍ଶନ ପାଇଁ ଗୁରୁ ଙ୍କ ସହିତ ପିତାମାତା,ଅଭିଭାବକଙ୍କ ଭୂମିକା ଗୁରୁତ୍ଵପୁର୍ଣ୍ଣ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ବିଭାଗର ଡେପୁଟି କମାଣ୍ଡାଣ୍ଟ ଲଳିତେନ୍ଦୁ ମହାନ୍ତି ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ଭାବେ ଜାଭିୟର୍ସ ଗ୍ରୁପର ଚେୟାରମେନ ପ୍ରଭାତ କୁମାର ମିଶ୍ର,

ସମ୍ପାଦକ ଅଜୟ କୁମାର ମିଶ୍ର,ସମାଜସେବୀ ସସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟ ପ୍ରତିଷ୍ଠାତା ରାଜବଲ୍ଲଭ ମୁଦୁଲି,ଅଜିତ କୁମାର ଦାସ,ରୋଜାଲିନ ବାରିକ,ରିତାଞ୍ଜଳି ମହାପାତ୍ର,ସ୍ୱର୍ଣ୍ଣପ୍ରଭା ରାଉତ,ବିଶ୍ୱଜିତ୍ ବେହେରା ପ୍ରମୁଖ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ।ଅରୁଣ କୁମାର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗ ଦେଇ ବିଜ୍ଞାନ ମେଳା ବୁଲି ଦେଖିଥିଲେ ।

Exit mobile version