Home ଓଡ଼ିଶା ଶ୍ରୀମନ୍ଦିର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ : ପୁଣି ଉଡିଲା ଡ୍ରୋନ କ୍ୟାମେରା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରବିବାର ସକାଳୁ ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଛିଡ୍ରୋନ କ୍ୟାମେରା | ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ | ଶ୍ରୀମନ୍ଦିର ଉପରେ ଓ ଚାରିପଟେ ନୋ ଫ୍ଲାଫ୍ଲାଇଙ୍ଗ ଡ୍ରୋନ୍ ଭାବେ ଘୋଷଣା ହୋଇଛି |ଉ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ର ବିନା ଅନୁମତି ରେ କୌଣସି ଡ୍ରୋନ କ୍ୟାମେରା ଉଡି ପାରିବ ନାହିଁ | ଆଜି ସକାଳୁ ପ୍ରାୟ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର, ଦଧିନଉତି ପରେ ଓ ଚାରିପଟେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି । କିଏ ଏହି ଡ୍ରୋନ ଉଡାଇଛି, କାହିଁକି ଉଡାଇଲା, କଣ ପାଇଁ ଉଡାଇଲା, କଣ ଉଦ୍ୟେଶ ଅଛି, ଫୋଟୋ କୁଆଡେ ପଠାଇବ ଏମିତି ଅନେକ ପ୍ରଶ୍ନ ଭକ୍ତମାନଙ୍କ ମନରେ ଉଙ୍କି ମାରିଛି | ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନିଷେଧ ଥିବାବେଳେ ପୂର୍ବରୁ ମଧ୍ୟ ବାରମ୍ବାର ଉଡିଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଏଭଳି ତ୍ରୁଟିକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ଆଜି ସକାଳୁ ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଛି । ପାଖାପାଖି ୩୦ ମିନିଟ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା । ଦଧିନଉତି, ନୀଳଚକ୍ର ଉପରେ ଓ ମନ୍ଦିର ଚାରିପଟେ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଛି । ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ କେମିତି ଜଣେ ଡ୍ରୋନ ଉଟାଇଲା ତାକୁ ନେଇ ପ୍ରଶ୍ନ ଉଠିଛି । ନୋ ଫ୍ଲାଇଂ ଜୋନ୍ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ତାହା ଅସ୍ପଷ୍ଟ ରହିଛି । ତୁରନ୍ତ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଭକ୍ତଙ୍କ ମହଲରେ ଦାବି ହୋଇଛି ।ଗତ ବର୍ଷ ଜଣେ ଯୁବକ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହାକୁ ସେ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶ୍ରୀମନ୍ଦିରେ ଭିଡ଼ିଓ ଉତ୍ତୋଳନ ନିଷିଦ୍ଧ ଥିବା ବେଳେ କେମିତି ଜଣେ ଯୁବକ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା । ୨୦୨୩ ମସିହାରେ ଜଣେ ୟୁଟ୍ୟୁବର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଇଥିଲେ । ଏହାକୁ ନେଇ ବିରୋଧ ହେବା ପରେ ଉକ୍ତ ୟୁଟ୍ୟୁବର ବିରୋଧରେ ପୋଲିସ୍ ମାମଲା ରୁଜୁ କରି ଗିରଫ କରିଥିଲା । ଶ୍ରୀମନ୍ଦିର ରେଡ ଜୋନ୍ ଆସିଥିବାରୁ ଏହା ଉପରେ ଡ୍ରୋନ ଉଡ଼ାଇବା ନେଇ କଟକଣା ରହିଛି । ତେବେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ବ୍ୟବହାର ପାଇଁ ସାଧାରଣରେ ଦାବି ହୋଇଛି। ପୁରୀ ଏସ ପି ବିନୀତ ଆଗ୍ରୱାଲ ଙ୍କ ନିର୍ଦେଶ କ୍ରମେ ପୋଲିସ ଘଟଣା ର ଅନୁସନ୍ଧାନ କରୁଛି | Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026