0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା “ଲିଆଫି” ବାଲୁଗାଁ ଶାଖା ପକ୍ଷରୁ ସଭାପତି ତ୍ରିଲୋଚନ ସାହୁ ଙ୍କ ଅଧ୍ୟକ୍ଷତାରେ ରବିବାର ସ୍ଥାନୀୟ ପ୍ରସିଦ୍ଧ ଶକ୍ତିପୀଠ ମା ପାଣ୍ଡବାଶୁଣୀ ଙ୍କ ପୀଠରେ ଜୀବନ ବୀମା ଅଭିକର୍ତ୍ତାଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଆଫି ବାଲୁଗାଁ ଶାଖା ପକ୍ଷରୁ କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ସହିତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ରତିକାନ୍ତ ସାହୁ ବିବରଣୀ ପାଠ କରିଥିଲେ ।

