ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଅଛି

0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :-> ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଗଣିଆ ବ୍ଲକ ର ଡଃ. ଆର୍.ସି. ସାମନ୍ତରାୟ ମହାବିଦ୍ୟାଳୟ ସ୍ଥିତ ଏକଲବ୍ୟ ଖେଳପଡିଆ ଆନୁକୁଲ୍ୟରେ ୪ ତାରିଖ ଓ ୫ ତାରିଖ ଦୁଇ ଦିନ ଧରି ମେଜର ଧ୍ୟାନଚାନ୍ଦ କ୍ରୀଡା କ୍ଳବ୍ ଦ୍ଵାରା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଅଛି ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କବିଚନ୍ଦ୍ର ସାମନ୍ତରାୟ, ସମ୍ମାନନୀୟ ଅତିଥି ଭାବେ ଶ୍ରୀଯୁକ୍ତ ଉମାକାନ୍ତ ବେହେରା, ଏନ.ୱାଇ.କେ. ଜିଲ୍ଲା ଉପଦେଷ୍ଟା କମିଟି ମେମ୍ବର ଶ୍ରୀମାନ ଶୁଭାଶିଷ ମିଶ୍ର, ରସାୟନ ବିଜ୍ଞାନ ବିଭାଗ ପ୍ରମୁଖ ଡଃ. ଶ୍ରୀକାନ୍ତ କୁମାର ସେଠୀ ଓ ପ୍ରାଣୀବିଜ୍ଞାନ ଅଧ୍ୟାପକ ଶ୍ରୀମାନ ସ୍ମୃତିରଞ୍ଜନ ବେହେରା ମହୋଦୟ ଯୋଗଦାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ପୁରୁଷ ମାନଙ୍କ ମଧ୍ୟ ରେ ଫୁଟବଲ୍ ପ୍ରତିଯୋଗିତା ଏବଂ ଦୌଡ଼ ପ୍ରତିଯୋଗିତା ହୋଇଥିବା ବେଳେ, ଝିଅ ମାନଙ୍କ ମଧ୍ୟରେ କବାଡି ପ୍ରତିଯୋଗିତା ଓ ସ୍ଲୋ ସାଇକେଲ ରେସିଁ କ୍ରୀଡା ଆୟୋଜିତ ହୋଇଥିଲା। ପୁରୁଷ ଫୁଟବଲ୍ କ୍ରୀଡା ପ୍ରତିଯୋଗିତା ରେ ଆର୍ଯ୍ୟବର୍ତ୍ତ ୱାରିଆର ଦିପ୍ତିରଞ୍ଜନ ନାୟକ ଙ୍କ ପ୍ରତିନିଧିତ୍ଵ ରେ ଚାମ୍ପିଅନ ହୋଇଥିବା ବେଳେ ଜଗନ୍ନାଥ ଫୁଲବଲ୍ କ୍ଳବ୍ ଟିମ୍ ସାଇଶୀସ୍ ମିଶ୍ର ରନରସପ୍ ସ୍ଥାନ ଅଧିକାର କରି ଜିଲ୍ଲାସ୍ତର କୁ ମନୋନୀତ ହୋଇଥିବା ବେଳେ ପୁରୁଷ ଦୌଡ଼ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ସ୍ମୃତିରଞ୍ଜନ୍ ନାୟକ,

ଦ୍ଵିତୀୟ ସ୍ଥାନ ଜ୍ୟୋତି ରଞ୍ଜନ ମହାପାତ୍ର, ତୃତୀୟ ସ୍ଥାନ ବିଶ୍ୱଜିତ ପ୍ରଧାନ ଅଧିକାର କରି ଜିଲ୍ଲାସ୍ତର କୁ ମନୋନୀତ ହୋଇଥିଲେ। ସେହିପରି ବାଳିକା କବାଡି ପ୍ରତିଯୋଗିତା ରେ ବର୍ଷାରାଣୀ ପ୍ରଧାନ ଙ୍କ ପ୍ରତିନିଧିତ୍ଵ ରେ ବୈତରଣୀ କବାଡି ଟିମ୍ ଚାମ୍ପିଅନ ହୋଇଥିବା ବେଳେ ଅର୍ଚ୍ଚିତା ନାୟକ ଙ୍କ ପ୍ରତିନିଧିତ୍ଵ ରେ ମହାନଦୀ କବାଡି ଟିମ୍ ରନରସପ୍ ସ୍ଥାନ ଅଧିକାର କରିଥିବା ବେଳେ ସ୍ଲୋ ସାଇକେଲ ରେସିଁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସ୍ମୃତିରେଖା ପଣ୍ଡା ଓ ଦ୍ଵିତୀୟ ସ୍ଥାନ ତୃପ୍ତିମୟୀ ମହାନ୍ତି ଅଧିକାର କରି ଜିଲ୍ଲାସ୍ତର କୁ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମ କୁ ଶ୍ରୀମାନ ଦେବବ୍ରତ ମିଶ୍ର ଓ ଶ୍ରୀମାନ ପ୍ରିୟବ୍ରତ ମିଶ୍ର ସୁପରିଚାଳନା କରିଥିଲେ।

Exit mobile version