0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ବ୍ଲକ୍ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପ୍ରବାସରେ ରହି ଭାରତୀୟମାନେ କିପରି ନିଜର ଜୀବିକା ନିର୍ବାହ କରିବା ସହିତ ନିଜର ଚାଲି ଚଳନ ଆଚାର ବ୍ୟବହାର ଏବଂ ସଂସ୍କୃତିର ପ୍ରଚାର ପ୍ରସାର କରାଇ ସଭ୍ୟତାର ବିକାଶ ପଥରେ ଚରମ ସୋପାନରେ ପହଞ୍ଚି ପାରିବେ ଉକ୍ତ ବିଷୟକୁ ଆଧାର କରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

