ରାୟଗଡ଼ା ଠାରେ ଏକ ନୂତନ ରେଳ ଡ଼ିଭିଜନ ଗଠନ ହେବା ସ୍ୱାଗତଯୋଗ୍ୟ କିନ୍ତୁ ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ?

0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପୂର୍ବତଟ ରେଳ ଜୋନ୍(ECoR)ର ୱାଲଟିୟର ଡ଼ିଭିଜନ ସମ୍ପର୍କରେ ପୂର୍ବରୁ ଆପଣଙ୍କୁ ଏକ ପତ୍ର ମାଧ୍ୟମରେ ସମସ୍ତ କଥା ଉଲ୍ଲେଖ କରିଥିଲି । ଏବେ ଜାଣିବାକୁ ପାଇଲି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ୬ ତାରିଖରେ ୱାଲଟିୟର ଡ଼ିଭିଜନର ଓଡ଼ିଶା ଅଂଶକୁ ନେଇ ଏକ ନୂତନ ରେଳ ଡ଼ିଭିଜନ ରାୟଗଡ଼ା ଠାରେ ପ୍ରତିଷ୍ଠା କରିବା ପାଇଁ ଭିତିପ୍ରସ୍ଥର ଦେବେ । ରାୟଗଡ଼ା ଠାରେ ଏକ ନୂତନ ରେଳ ଡ଼ିଭିଜନ ଗଠନ ହେବା ସ୍ୱାଗତଯୋଗ୍ୟ କିନ୍ତୁ ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ? ଦକ୍ଷିଣତଟ ରେଳ ଜୋନ୍ (ECoR) ଯାହା ଆନ୍ଧ୍ର ପ୍ରଦେଶରେ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଯାଉଛି ।
