0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗଣତନ୍ତ୍ର, ପରିବାର, ପରିବେଶ ଓ ଆଧ୍ୟାତ୍ମିକତାକୁ ନେଇ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମର ୪ର୍ଥ ଦିବସରେ ଜାତୀୟ ଗଣତନ୍ତ୍ର ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଶ୍ରୀମଦ୍ ବାବା ବଳିଆ କହିଲେ ଯେ, ଗଣତନ୍ତ୍ର ଶାସନରେ ଗଣ ହେଲେ ମୁଖ୍ୟ । ଏଣୁ ଗଣ ଯେପର୍ଯ୍ୟନ୍ତ ସଚେତନ ହୋଇନାହାଁନ୍ତି, ସେପର୍ଯ୍ୟନ୍ତ ଭାରତରେ ଗଣତନ୍ତ୍ର ସଫଳ ନୁହେଁ । ଗଣ ସଚେତନ ହେଲେ ହିଁ ଗଣତନ୍ତ୍ର ସଫଳ ହେବ । ମୁଁ ଜଣେ ଆଧ୍ୟାମିôକ ଗୁରୁ ହୋଇପାରେ, କିନ୍ତୁ ମୁଁ ପ୍ରଥମେ ମୋ ରାଷ୍ଟ୍ରକୁ ଭଲପାଏ, ମୋ ଓଡ଼ିଶାକୁ ଭଲ ପାଏ । ପ୍ରତ୍ୟେକ ନାଗରିକକୁ ତାର ଦାୟିତ୍ୱ, କର୍ତ୍ତବ୍ୟ ଉପରେ ସଚେତନତା ପାଇଁ ପାଠ୍ୟକ୍ରମରେ ଆରମ୍ଭରୁ ରହିବା ଉଚିତ୍ ।
