ପିକ୍ଅପ ଭ୍ୟାନ ଧକ୍କାରେ ମହିଳାଙ୍କ ମୃତ୍ୟୁ 

0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଂକିଆ :-> ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଠାରେ ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ମହିଳାଙ୍କ ମୃତ୍ୟୁ । ମୃତକ ଜଣଙ୍କ ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ପ୍ରଣତି ବାଳା ନାୟକ।ମହିଳା ଜଣଙ୍କ ରାସ୍ତା ପାର ହେଉଥିବା ବେଳେ

ଖୋର୍ଦ୍ଧା ପଟୁ ରାମେଶ୍ୱର ପଟକୁ ଦ୍ରୃତଗତିରେ ଯାଉଥିବା ପିକ୍ଅପ ଭ୍ୟାନ ଦେଇଥିଲା ଧକ୍କା।ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପିକ୍ଅପ ଭ୍ୟାନଟି ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।

Exit mobile version