ମୃତକ ଚାଷୀ ପରିବାରଙ୍କୁ 20 ଲକ୍ଷ୍ୟ ଟଙ୍କା କ୍ଷତପୂରଣ ଦେବାପାଇଁ କଂଗ୍ରେସ ଦଳର ଦାବି

0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ ଜିଲ୍ଲା /ରଣପୁର :-> ରାଜ୍ୟରେ ଅଦିନିଆ ଲଗାଣ ବର୍ଷା ପ୍ରଭାବରେ ଅଧିକ କ୍ଷତଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରଣପୁର ବ୍ଲକର ଦୁଇ ଜଣ ଚାଷୀ ଉଜୁଡ଼ା ଫସଲ ପାଇଁ ଚିନ୍ତାଗ୍ରସ୍ତରେ ମୃତବରଣ କରିଛନ୍ତି । ଆଜି ପୂର୍ଭାନରେ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ବାସୁଦିଆ ଓ ବଳଭଦ୍ରପୁର ଗ୍ରାମ ଗସ୍ତ କରି କଂଗ୍ରେସ ପ୍ରତିନିଧି ଦଳ ମୃତ ଚାଷୀ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ । ଓ ମୃତ୍ୟର କାରଣ ବୁଝିବା ସହ ଉଜୁଡା କ୍ଷେତ ବୁଲି ଦେଖିଥିଲେ ।

ବାସୁଦିଆ ଗ୍ରାମର ମୃତ ଚାଷୀ ଦେବରାଜ ବାରିକ ଓ ବଳଭଦ୍ର ପୁର ଗ୍ରାମର ମୃତ ଚାଷୀ ଭଗବାନ ପ୍ରଧାନଙ୍କ ସମସ୍ତ ଚାଷୀ ଉଜୁଡ଼ି ଯାଇଛି।ମୃତର ଚାରିଦିନ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ ଓ ଜିଲ୍ଲାପାଳଙ୍କ ରେଡକ୍ରସ ପାଣ୍ଠିରୁ କିଛି ଅନୁଦାନ ପ୍ରଦାନ କରାଯାଇ ନାହିଁ ।

କଂଗ୍ରେସ ଦଳ ତରଫରୁ ତୁରନ୍ତ ମୃତଚାଷୀ ପରିବାରକୁ 20 ଲକ୍ଷ୍ୟ ଟଙ୍କା କ୍ଷତପୂରଣ ଏବଂ ଋଣଛାଡ କରିବା ସହ ସରକାର ତୁରନ୍ତ ମଣ୍ଡି ଖୋଲି ବିନା କଟନି ଛଟିଣିରେ ଚାଷୀଙ୍କ ଠାରୁ ଧାନ କିଣି ଚାଷୀଙ୍କୁ ବ୍ୟାପକ କୃଷିଋଣ ତୁରନ୍ତ ଯୋଗାଇ ଦେବାକୁ ପ୍ରତିନିଧି ମଣ୍ଡଳ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରଣପୁର ବ୍ଲକ କ୍ଷତଗ୍ରସ୍ତ ଅଞ୍ଚଳ ବୁଲି ଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଅଞ୍ଚଳ ବୁଲି କ୍ଷତଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରୁ ନାହାନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷତି ଗ୍ରସ୍ତ ଚାଷୀ ଚିହ୍ନଟ କରି ଏକର ପ୍ରତି 20000 ହଜାର ଟଙ୍କା କ୍ଷତପୂରଣ ଦେବାପାଇଁ କଂଗ୍ରେସ୍ ଦଳ ପକ୍ଷରୁ ଦାବି କରାଯାଇଛି ।

ଏହି ପ୍ରତିନିଧି ମଣ୍ଡଳୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟର ପୂର୍ବତନ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍ ର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ, ନୟାଗଡ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ,ଯୁବ ନେତା ମିର ଅବୁବକର ସିଦ୍ଦିକି,ପୂର୍ବତନ ସରପଂଚ ସୁଦର୍ଶନ ପ୍ରଧାନ,ସଞ୍ଜୟ ମହାନ୍ତି ଓ ସୁରେଶ ମହାରଣା ପ୍ରମୁଖ ଚାଷୀଙ୍କୁ ସମବେଦନା ଜଣାଇଥିଲେ ।

Exit mobile version