ଜ୍ଞାନ ଜ୍ୟୋତି ଟ୍ୟୁଟୋରିଆଲର ୨୫ ତମ ରୋପ୍ୟ ଜୟନ୍ତି ଉତ୍ସବ

0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର  :-> ସ୍ଥାନୀୟ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପଳାସୋଳ ପଞ୍ଚାୟତର ପଳସୁଧା ସ୍ଥିତ ଜ୍ଞାନ ଜ୍ୟୋତି ଟ୍ୟୁଟୋରିଆଲର ୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ମୁଖ୍ୟ ଜ୍ଞାନରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସଵରେ ମାଙ୍ଗଳିକ ପୂଜା ଏବଂ ପିଲାମାନଙ୍କ ଦ୍ବାରା ପ୍ରଭାତ ଫେରି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ୨୦୦୦ ମସିହାରୁ  ୨୦୨୪ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଅନୁଷ୍ଠାନର ଉକ୍ତ ଉତ୍ସବରେ ଶିକ୍ଷାବିତ୍ ରଥ ସରୋଜିନୀ, ଶିଶୁ ସଂଗଠିକା ମିଲିରାଣୀ ମିଶ୍ର, ଆଇନଜିବୀ ପ୍ରତାପ ଚନ୍ଦ୍ର ମହାପାତ୍ର, ଲେଖକ ମନ୍ମଥ ସାମନ୍ତରାୟ ,ଶିଶୁ ମଙ୍ଗଳ ପାଣ୍ଠି ଉପାଧ୍ୟକ୍ଷ ସୁକାନ୍ତ ପ୍ରଧାନ , ସମାଜସେବୀ ସୁକାନ୍ତ କୁମାର ବେହେରା ସଞୀବ୍ ବିଶ୍ବାଳ ,ବିଧାନସଭା ପତ୍ରକାର ଅଭିମନ୍ୟୁ ମହାରଣା, ବରିଷ୍ଠ କିରାଣୀ ପୌରପରିଷଦ ଢେଙ୍କାନାଳ ଶ୍ରୀଯୁକ୍ତ ଚନ୍ଦ୍ରିକା ପଣ୍ଡା ,ଆଇଡିଆଲ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରୂପେନ୍ଦ୍ର ମିଶ୍ର, ବରିଷ୍ଠ ପାଲାଗାୟକ ରବିନାରାୟଣ ତ୍ରିପାଠୀ, ବନମାଳୀ ପତି ଏବଂ ଯାଦୁକର ନୃସିଂହ ଚରଣ ମଲ୍ଲିକ୍ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଉତ୍ସବକୁ ଜ୍ଞାନଜ୍ୟୋତି କଳାବିକାଶ କେନ୍ଦ୍ର, ରିଚ୍ ଲୁକ୍ କିଡସ୍ ପ୍ଲେ ସ୍କୁଲ ଏବଂ ଜ୍ଞାନଜ୍ୟୋତି ଟ୍ୟୁଟୋରିଆଲ ମିସ୍ ମାନେ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର କୁନି କୁନି ପିଲାମାନଙ୍କ ଦ୍ବାରା ନୃତ୍ୟ ଗୀତର ଆସର ଏବଂ ଅନୁଷ୍ଠାନର ଏକ ମନୋରଞ୍ଜନ ଧର୍ମୀ ଶିକ୍ଷଣୀୟ ନାଟକ( ସମ୍ପର୍କ ଯୁଗଯୁଗର )ପରିବେଶଣ କରାଯାଇଥିଲା , ଏଥିରେ ରିଚ୍ ଲୁକ୍ କିଡସ୍ ପ୍ଲେ ସ୍କୁଲର ସୁଭ୍ରାମିସ୍,ପୂଜା ମିସ୍,କୁନୁମୁନ୍ ମିସ୍,ଅଙ୍କିତା ମିସ୍, ଦିପୀକା ମିସ୍, ଆକାଂକ୍ଷା ମିସ୍ ଏବଂ ଜ୍ଞାନଜ୍ୟୋତି ଟ୍ୟୁଟୋରିଆଲ ସମସ୍ତ ମିସ୍ ସମେତ ପୂଜା,ଲିକି,ଜ୍ୟୋତି,ଇତି,ସ୍ବାତୀ,ନିତୁ ସହଯୋଗ କରିଥିଲେ।
ସର୍ବଶେଷରେ ସମସ୍ତ ଅତିଥି ମାନଙ୍କୁ ପ୍ଲେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ନନ୍ଦଙ୍କ ଦ୍ବାରା ଔପଢୋକନ ସହିତ କୃତଜ୍ଞତାର ସ୍ମାରକୀ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ସ୍ବାଗତସଙ୍ଗୀତ ସମସ୍ତଙ୍କ ମନକୁ ଉନ୍ମାଦିତ କରିଥିଲେ । ଏହି ଉତ୍ସବରେ ସିକୁଲଙ୍କର ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥଲା । ସର୍ବଶେଷରେ କଳାବିକାଶ କେନ୍ଦ୍ରର ନୃତ୍ୟ ଶିକ୍ଷୟତ୍ରୀ କମଲମୟୀ ଓଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସର୍ବଶେଷରେ ବିଦ୍ୟାଳୟର ସମସ୍ତ ପିଲାମାନେ ମିଳିତ ଭାବେ ନବବର୍ଷକୁ ମହାଧୁମଧାମରେ ପାଳନ କରିଥିଲେ। ବିଦ୍ୟାଳୟର ଏହି ଉତ୍ସବର କାର୍ଯ୍ୟକ୍ରମ ଅନ୍ୟ ବିଦ୍ୟାଳୟ ଠାରୁ ଭିନ୍ନ ଧରଣର ଥିଲା ବୋଲି କୁହାଯାଉଛି । ବିଦ୍ୟାଳୟର ଏହି ଉତ୍ସବ ଦେଖିବା ପାଇଁ ଶତାଧିକ ଛାତ୍ରଛାତ୍ରୀଙ୍କ ଅବିଭାବକ ମାନେ ଯୋଗ ଦେଇ ଛୋଟ ଛୋଟ ପିଲାମାନଙ୍କର ନୃତ୍ୟ ଉତ୍ସବରେ ନିଜକୁ ସାମିଲ କରି ପିଲାମାନଙ୍କ ସହିତ ନାଚି ସେମାନଙ୍କୁ ଉତ୍ସ।ହିତ କରିଥିଲେ।

Exit mobile version