+ ୩ ବାଳକ ବିଭାଗରେ ସନ୍ତୋଷ ରାଉତ ଓ ବାଳିକା ବିଭାଗରେ ମାମୁନୀ ବେଉରା ଚମ୍ପିୟାନ୍ , + ୨ ବାଳକରେ ଦୀପକ ବୀର ଓ ଅଦୈତ୍ୟ ରାଉତ ଏବଂ ବାଳିକାରେ ଗାୟତ୍ରୀ ବେହେରା ଚମ୍ପିୟାନ୍
0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବାଙ୍କୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ୨ଦିନ ବ୍ୟାପି ଚାଲିଥିବା ୪୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ୱ କରିବା ସହ କ୍ରୀଡାବିତ୍ମାନଙ୍କର କ୍ରୀଡା ନିପୂଣତାକୁ ପ୍ରଶଂସା କରିଥିଲେ । ମୁଖ୍ୟଅତିଥି ଭାବେ କଲେଜର ପୂର୍ବତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରଶାସକ ମଧୁସୂଦନ ବେହେରା ଯୋଗଦାନ କରି ମହାବିଦ୍ୟାଳୟର ଗାରିମା ବର୍ଣ୍ଣନା କରିବା ସହିତ ପ୍ରତିଷ୍ଠାତା ସ୍ୱର୍ଗତ ଯୋଗେଶ ଚନ୍ଦ୍ର ରାଉତଙ୍କୁ ଶ୍ରଦ୍ଧଞ୍ଜାଳି ଜ୍ଞାପନ କରିଥିଲେ ।
ବାଙ୍କୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । କ୍ରୀଡା କ୍ଲବର ଉପସଭାପତି ଅଧ୍ୟାପକ ଯୁଗଳକିଶୋର ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ବାର୍ଷିକ କ୍ରୀଡା ବିବରଣୀ ପଠନ କରିଥିଲେ । ଚଳିତ ବର୍ଷ + ୩ ବାଳକ ବିଭାଗରେ ସନ୍ତୋଷ ରାଉତ ଓ ବାଳିକା ବିଭାଗରେ ମାମୁନୀ ବେଉରା ଚମ୍ପିୟାନ୍ ହୋଇଥିବା ବେଳେ + ୨ ବାଳକ ବିଭାଗରେ ଦୀପକ ବୀର ଓ ଅଦୈତ୍ୟ ରାଉତ ଏବଂ ବାଳିକା ବିଭାଗରେ ଗାୟତ୍ରୀ ବେହେରା ଚମ୍ପିୟାନ୍ ହୋଇଛନ୍ତି ।
