0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ମନୋବିଜ୍ଞାନ ବିଭାଗ ଆନୁକୁଲ୍ୟରେ ‘ସକରାତ୍ମକ ମନୋବିଜ୍ଞାନର ପରିସର’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ୱ କରି ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ଡକ୍ଟର ଅବନ୍ତିକା କର ସ୍ୱାଗତ ଭାଷଣ ଦେବା ସହ ଆଲୋଚନାଚକ୍ର ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ଆଲୋଚନାଚକ୍ରର ସଂଯୋଜକ ଡକ୍ଟର ମୁରଲୀଧର ରଥ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରର ପୂର୍ବତନ ମନୋବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଫକୀରମୋନହ ସାହୁ ଯୋଗଦାନ କରି ମଣିଷ ନିଜର ସକରାତ୍ମକ ଭାବ ପ୍ରକାଶ କଲେ ସମାଜର ବହୁବିଦ୍ଧ କଲ୍ୟାଣ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ଆମେରିକା ବୋଷ୍ଟନ୍ ସହରସ୍ଥିତ ସୁଫୋଲକ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ସୁକନ୍ୟା ରାୟ ଯୋଗଦାନ କରି ପିତାମାତାଙ୍କୁ ଭକ୍ତି କରିବା ସହିତ ନୂତନ ଭାବେ କିଛି ସଂସ୍କୃତି ଓ ପରମ୍ପରା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ।
