Home ଓଡ଼ିଶା ବାଙ୍କୀ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp 0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଜି ଉପଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶାସନିକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମହାନ୍ତି ପ୍ରଥମେ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ଜାକଜମକରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷରୁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯିବା ସହିତ ସକାଳେ ସରକାରୀ ବାଳିକା ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି କରାଯାଇ ଟାଉନ୍ ପରିକ୍ରମା କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ôଚବ । ସେଠାରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ । ସକାଳ ୭.୩୦ମି. ସମୟରେ ବିଭିନ୍ନ ସ୍କୁଲ, କଲେଜ , ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ୮.୪୫ମି. ସମୟରେ ବାଙ୍କୀ କଚେରୀ ପଡିଆରେ ହେବାକୁ ଥିବା ସାଧାରଣତନ୍ତ୍ର ପ୍ୟାରେଡ ଉତ୍ସବର ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପାତାକା ଉତ୍ତୋଳନ କରାଯିବ । କାର୍ଯ୍ୟକ୍ରମ ମଧ୍ୟରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଓ ବିଦ୍ୟାଳୟ ସ୍ତରରେ ଦେଶାତ୍ମକବୋଧକ ସଂଗୀତ ପ୍ରତିଯୋଗିତା କରାଯାଇ କୃତିଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସମ୍ମିଳିତ ପ୍ୟାରେଡ୍ , ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଉପଖଣ୍ଡ ଚିକିତ୍ସାଳୟ ଓ ଉପକାରାଗାରାର ଅନ୍ତୋବସୀମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କ ଦ୍ୱାରା ମିଷ୍ଠାନ ଓ ଫଳ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହିତ ଉକ୍ତ ଦିନ ବାଙ୍କୀ କ୍ରୀଡା ସଂସଦ ସାଧାରଣ ସଂପାଦକ ସନ୍ତୋଷ କୁମାର ରଣାଙ୍କ ତତ୍ୱାବଧାନରେ କ୍ରୀକେଟ୍ , ଫୁଟବଲ୍ ଓ ବ୍ୟାଡମିଣ୍ଟନ୍ ଖେଳ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଉପଖଣ୍ଡ ପୋଲିସ୍ ଅଧିକାରୀ ବିଜୟ କୁମାର ମହାପାତ୍ର, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବନବାସୀ ବେହେରା, ବାଙ୍କୀ ଥାନା ଅଧିକାରୀ ଦିଲ୍ଲୀପ୍ କୁମାର ମର୍ଦ୍ଦରାଜ ଭୂୟାଁ, ଡମପଡ଼ା ତହସିଲଦାର ସୂଚୀସ୍ମିତା ଦାସ ଅତିଥି ଭାବରେ ଯୋଗଦେଇ ଆସନ୍ତା ସାଧାରଣତନ୍ତ୍ର ଦିବସକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଇନଜୀବୀ ଧର୍ମପ୍ରସାଦ ମଙ୍ଗରାଜ, ବାଙ୍କୀ କଲେଜ ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ଶିକ୍ଷାବିତ୍ ଅଖିଳବୀର ହରିଚନ୍ଦନ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଲୋକସଂପର୍କ ଅଧିକରୀ କାଳୀଚରଣ ତ୍ରିପାଠୀ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ କର୍ମଚାରୀ ସୁଦର୍ଶନ ବେହେରା ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ by Proprietor Abhimanyu Maharana May 11, 2026 ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ by Proprietor Abhimanyu Maharana May 11, 2026 ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ by Proprietor Abhimanyu Maharana May 11, 2026 ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 11, 2026 ଓଡ଼ିଶା ଜନତା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana May 11, 2026 ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା by Proprietor Abhimanyu Maharana May 10, 2026