ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ପୋଲିସର ମିଳିତରେ ୧୧୨ କେଜି ଗଂଜେଇ ଜବତ ।

ମାଲକାନଗିରି (ଓଡିଶା ତାଜା ନିଉଜ୍) ଚିତ୍ରକୋଣ୍ଡା : – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଟୋନେଲ କ୍ୟାମ୍ପ ଠାରେ ଚିତ୍ରକୋଣ୍ଡା ପୋଲିସ ଓ ମାଲକାନଗିରି ଅବକାରୀ ବିଭାଗର ମିଳିତ ରେ ଏକ ଟାଟା ସୁମ ଗାଡ଼ିରୁ ୧୧୨ କେଜି ଗଂଜେଇ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଥିବାର ଜଣାପଡିଛି। ଗିରଫ ମାନେ ଝାରଖଣ୍ଡ ଓ ବିହାରର ବୋଲି ଜଣାପଡିଛି। ଗଂଜେଇ ଚିତ୍ରକୋଣ୍ଡା ଜଝଉ ୫ ରୁ ବିହାର କୁ ଚାଲାଣ କରାଯାଉଥିଲା। ଗିରଫ ମାନେ ହେଲେ ମୀରା ସିଂ, ମୁନି କୁମାରୀ,ଜିତେନ୍ଦ୍ର କୁମାର, ଅଜୟ ମହତ, ରାମସୁଦନ ରାୟ ବୋଲି ଜଣାପଡିଛି। ଜବତ ଗଂଜେଇ ର ମୂଲ୍ୟ ଛଅ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ମାଲକାନଗିରି ଜିଲ୍ଲା ଅବକାରୀ ବିଭଗ କୁ ନବରଙ୍ଗପୁର ଅବକାରୀ ବିଭାଗର ମାଧ୍ୟ ସହଯୋଗ କରିଥିଲେ।ମାଲକାନଗିରି ଅବକାରୀ ବିଭାଗର ସୁପରିଟେଣ୍ଡ ଅଶୋକ କୁମାର ସେଠ, ଏମ ଏମ ଧାଙ୍ଗଡା ମାଝି, ଡି କେ ନାୟକ ଏସ ଆଇ, ରାଜୁ କ୍ଷୀତି ଏ ଏସ ଆଇ, ଜ୍ଞାନ ସାହୁ, ସୁରେନ୍ଦ୍ର ମାଝୀ, ପି ନାଗେଶ, ଓ ସରିତା ନାୟକ ଙ୍କ ସହଯୋଗରେ ଜବତ କରାଯାଇଥିଲା।

Exit mobile version