୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଜୟଦେବ ଭବନ ପରିସର ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ପୁରୀ ଗୋବର୍ଦ୍ଧନ ପୀଠର କର୍ମ କର୍ତ୍ତା ତଥା ମହୋଦଧି ଆରତୀ କମିଟିର ସଦସ୍ଯ ମାନଂକ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଶଙ୍କରାଚାର୍ଯ୍ୟ ପୂର୍ବାମ୍ନାୟ ଶ୍ରୀଗୋବର୍ଦ୍ଧନ ମଠ, ପୁରୀ ପୀଠାଧିଶ୍ଵର ମାନ୍ୟ ତୀର୍ଥ ଉଦ୍ଘୋଷିତ ମଧ୍ୟରୁ ସାଗର ନାମୀ ସନ୍ନ୍ୟାସୀମାନଙ୍କୁ ସାଗର ଓ ତାହାର ଉପକୂଳବର୍ତୀ କ୍ଷେତ୍ରକୁ ସୁରକ୍ଷିତ ତଥା ସୁସଂସ୍କୃତ ରଖୁବା ଦାୟିତ୍ଵ ପ୍ରାପ୍ତ ହୋଇଛି । ସିନ୍ଧୁ, ଶ୍ରୀମନ୍ନାରାୟଣ ଭଗବାନଙ୍କ ନିବାସ ସ୍ଥାନ । ଜଳ, ଜୀବର ଜୀବନ ।
