ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଜଗନ୍ନାଥ ପ୍ରସାଦ କୁ ହରାଇ ଫାଇନାଲ ରେ ଢୋଲମରା

୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ  :-> ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମରେ ଅନୁଷ୍ଠିତ ୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ରେ ଢୋଲମରା କ୍ରିକେଟ୍ ଟିମ୍ ବିଜୟୀ ହୋଇ ଫାଇନାଲ ପ୍ରବେଶ କରିଛି । ପ୍ରଥମେ ଟସ୍ ଜିତି ଜଗନ୍ନାଥ ପ୍ରସାଦ କ୍ରିକେଟ୍ ଟିମ୍ ୧୫ ଓଭରରେ ୧୦ ଉଇକେଟ୍ ହରାଇ ୪୯ ରନ କରିଥିବା ବେଳେ ଜବାବରେ ଢୋଲମରା କ୍ରିକେଟ୍ ଟିମ୍ ୯ ଓଭରରେ ୫ ଉଇକେଟ୍ ହରାଇ ମ୍ୟାଚ୍ ଟିରେ ବିଜୟୀ ହୋଇଥିଲା ।

ଅତିଥି ଭାବେ ଏମ ବି ସି ସି ର ପୂର୍ବତନ କ୍ୟାପଟେନ ବାନାମ୍ବର ପ୍ରଧାନ ଯୋଗଦେଇଥିଲେ।ଆଜିର ମ୍ୟାଚ୍ କୁ ଶ୍ରୀକାନ୍ତ ମହାପାତ୍ର,ତୁଷାର ପରିଡା ପରିଚାଳନା କରିଥିବା ବେଳେ ସ୍କୋରର ରାଜ କିଶୋର ପରିଡ଼ା ଏବଂ କମେଟ୍ରି କରିଥିଲେ ବିଭୂତି ଭୂଷଣ ପରିଡ଼ା ।ଆସନ୍ତା କାଲି ୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ମଧ୍ୟଖଣ୍ଡ ଏବଂ ଢୋଲମରା କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ।

Exit mobile version