୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଚାଷ ହେଉଛି ମୟୂରଭଞ୍ଜର ଅର୍ଥନୀତି। କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ। ମୟୂରଭଞ୍ଜର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁକ୍ରବାର ଦିନ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଛଉ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି।
ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମେଳାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, ଲୋକସଭା ଶ୍ରୀ ନଵଚରଣ ମାଝୀ ମୁଖ୍ୟ ଅତିଥି ଋପରେ ଯୋଗଦାନ କରି ଏହି ମେଳାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ସାରସକଣା, ଶ୍ରୀ ଭାଦବ ହାଁସଦା, ନଗରପାଳ, ବାରିପଦା ପୌରପାଳିକା, ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନ ବଲ୍ଲଭ ଦାସ, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପୃଷ୍ଟି ପ୍ରମୁଖ ମଂଚାସୀନ ଥିଲେ।
