୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା। ଏହି କ୍ରମରେ ଆରଏମସି ର ଏକ ନୂତନ କୋଠା ପରିସରରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ଦିଲୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଧାନ କିଣାର ଶୁଭାରମ୍ଭ କରିଥିଲେ।

