୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ମାନନୀୟ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ନବବର୍ଷ ଶୁଭେଚ୍ଛା ଜଣାଇବା ସହିତ ଭୁବନେଶ୍ୱର ର ଉନ୍ନତି କଳ୍ପେ ୬ଟି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଏହି ଅବସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ୧୪-୯-୨୦୨୪ରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଂଚଳ ଲୋକଙ୍କ ପାଇଁ ସାଂସଦ ମହୋଦୟା, ୪ଟି ପ୍ରସ୍ତାବ ଦେଇଥିଲେ ।
