Home Uncategorized ବରିଷ୍ଠ ସାମ୍ବାଦିକ ରମେଶ ଚୌଧୁରୀଙ୍କ ପରଲୋକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ସହରର ଜଣାଶୁଣା ବରିଷ୍ଠ ସାମ୍ବାଦିକ ରମେଶ ଚୌଧୁରୀଙ୍କ ପରଲୋକ ହୋଇଛି । ସେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ହୃଦଘାତ ଜନିତ ରୋଗର ଚିକିତ୍ସିତ ହେଉଥିବା ସମୟରେ ଗୁରୁବାର ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୁବନେଶ୍ବରରୁ ତାଙ୍କର ମରଶରୀର ପୁରୀ ଲୋକନାଥ ରୋଡ ସ୍ଥିତ ନିଜସ୍ବ ବାସଭବନକୁ ଆଣିବା ପରେ ଅନେକ ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ । ସେ ବିଭିନ୍ନ ସାପ୍ତାହିକ ଖବରକାଗଜର ସମ୍ପାଦକ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ବିଶେଷକରି ପୁରୀ ସହରରେ ସମାଲୋଚନା ମୂଳକ ସାପ୍ତାହିକ ଖବରକାଗଜ ଯାଞ୍ଚ ଓ ଶ୍ରୀକ୍ଷେତ୍ର ଯାଞ୍ଚ ପାଇଁ ସେ ବେଶ ପରିଚିତ ଥିଲେ । ଏହା ସହ ସତ୍ଯ ସଂଘର୍ଷ ଓ ଜଗନ୍ନାଥ ଟାଇମସ ଖବରକାଗଜ ମଧ୍ଯ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ମରଶରୀରକୁ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ଦିପ୍ତିରଞ୍ଜନ ଚୌଧୁରୀ ମୁଖାଗ୍ନି ଦେଇଥିଲେ । ସ୍ବର୍ଗଦ୍ବାର ଠାରେ ତାଙ୍କର ଦୁଇଝିଅ ରଞ୍ଜିତା ଚୌଧୁରୀ, ରଶ୍ମିତା ଚୌଧୁରୀ,ଜ୍ବାଇଁ ଆଶିଷ ମିଶ୍ର, ହୃଦାନନ୍ଦ ମହାନ୍ତି, ଭାଇ ସୁର ,କାଳିଆ ,ପୁତୁରା ଗୁଡୁ, ନାତି ସାଇ,ନାତୁଣୀ ମିନୀ,ବୋହୁ ରାନୀ ଓ ଅଙ୍କିତାଙ୍କ ସମେତ ପରିବାର,ବନ୍ଧୁବାନ୍ଧବ,ଆତ୍ମିୟସ୍ବଜନ ଉପସ୍ଥିତ ଥିଲେ । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଅନନ୍ତ ମିଶ୍ର, ପ୍ରମୋଦ ଦାଶ, ଅନିମେଶ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ଯାଳୟର ଅଧିକାରୀଙ୍କ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ସମାଜସେବୀ, ସାହି ବାସିନ୍ଦାମାନେ ଶେଷ ଦର୍ଶନ ଦର୍ଶନ କରିଥିଲେ । ଏହି ଦୁଖଃଦ ଖବର ସହରରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି । Categories: Uncategorized Related Content ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026