0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଚଳିତ ବର୍ଷ ଆରମ୍ଭରୁ ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲକୁ ମିଳିଛି ବଡ଼ ସଫଳତା l ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ରେ ପୁରୀ ଜିଲ୍ଲାର ଗୋପ ରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ପ୍ରକଳ୍ପଟି ଜାତୀୟ ସ୍ତରକୁ ମନୋନୀତ ହୋଇଛି | ଏହି ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବରପାଲି, ବରଗଡ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ରାଜ୍ୟର ତିରିଶଟି ଜିଲ୍ଲାରୁ ୨୧୦ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ | ଏଥି ମଧ୍ୟରୁ 28 ଟି ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହୋଇଅଛି |
