0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଜାତୀୟ ରାଜପଥ ନଂ ୫୭ ଠାରୁ ଜଗନ୍ନାଥ ପ୍ରସାଦ ଗ୍ରାମକୁ ଯାଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହୋଇଥିବା ରାସ୍ତାର ବେଲେପା ନଦୀ ଉପରେ ନିର୍ମାଣାଧୀନ ସେତୁ କାମ ଅର୍ଦ୍ଧନିର୍ମିତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ରହିଛି। ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀନ ଏହି କାର୍ଯ୍ୟ କଛପ ଗତିରେ ଚାଲିଛି। କେବେ ଶେଷ ହେବ ତାର କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା କିମ୍ବା ଅବଧିକୁ ଅଣଦେଖା କରି ଠିକା ସଂସ୍ଥା ମନଇଚ୍ଛା କାମ କରୁଛି। ବିଭାଗୀୟ ଅଧିକାରୀ ମାନେ ଏହି ସଂସ୍ଥା ସହ ମିଳିମିଶି କାମରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ଚାରି ବର୍ଷରୁ ଉର୍ଦ୍ଧ ସମୟ ବିଳମ୍ବ କରି କାମକୁ ଅଧା ଖଣ୍ଡିଆ କରି ପକାଇଛି। ଫଳରେ ପ୍ରତିଦିନ ଏହି ରାସ୍ତା ଦେଇ ୨୦ ଖଣ୍ଡ ଗାଁର ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
