0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆସନ୍ତା ଜାନୁଆରି ୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୨୫ତମ ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ସ୍ପୋଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯାଇଛି। ଅନୁଷ୍ଠାନର ସଭାପତି କୁଞ୍ଜବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଉପସଭାପତି ବୈକୁଣ୍ଠନାଥ ପରିଡ଼ା, କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପଣ୍ଡା, ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର, ସହସମ୍ପାଦକ ଅନିଲ୍ କୁମାର ରାୟଙ୍କ ସମେତ ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।
