ନୂଆ ବର୍ଷ ପାଇଁ ଖୋଲା ବଜାରରେ ବିକ୍ରୀ ହେଉଛି ଜଙ୍ଗଲି ମାଂସ : ଟେର୍ ପାଉନି ବନବିଭାଗ – ସାମ୍ବାଦିକଙ୍କ ନାଁ ଶୁଣିଲେ ରକ୍ତଚାଉଳ ଚୋବାଉଛନ୍ତି ଅଧିକାରୀ

ଗଣମାଧ୍ୟମକୁ ସୂଚନା ନ ଦେବାକୁ ଅଧିକାରୀ କଂ ହୁଇପ୍

0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଲଗାଣ ବର୍ଷା ନେଇ ଘରୁ ବାହାରକୁ ବାହାରି ହେଉନଥିବା ବେଳେ ଏବେ ବଜାରଘାଟରେ ଖୋଲାଖୋଲି ଭାବେ ବିକ୍ରୟ ହେଉଛି ଜଙ୍ଗଲୀ ମାଂସ କୁଟୁରା ଓ ବାହା ମାଂସ ଅତି ସୁଲଭ ଓ ସୁବିଧାରେ ମିଳି ଯାଉଥିବା ହେତୁ ଏବେ ବିଭିନ୍ନ ଗ୍ରାମାଞ୍ଚଳରେ ହାଉଯାଉ ହେଉଛି। ନିର୍ଦ୍ଦିଷ୍ଟ କିଛି ଶିକାରୀ ଏବଂ ବ୍ୟବସାୟୀ ଏସବୁ ମାଂସ ବିକ୍ରୟ କରୁଛନ୍ତି। ସନ୍ଧ୍ୟାରେ ବନାଦ ଦେଲେ ସକାଳୁ ଅତି ସହଜରେ ଏହି ମାଂସ ମିଳି ଯାଉଛି ଦୈନିକ ଜଙ୍ଗଲରେ ବେଧଡ଼କ ଭାବେ ଶିକାର ହୋଇ ଚାଲିଥିଲେ ମଧ୍ୟ ବନବିଭାଗ ଏହାର ଟେର୍ ନପାଇବା ନେଇ ସେମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୈନିକ କେବଳ ଲୋକ ଦେଖାଣିଆ ଭାବେ ପାଟ୍ରୋଲିଂ କରାଯାଉଥିବା କହି ଅଧିକାରୀମାନେ ବାହାବା ନେଉଛନ୍ତି! କେତେବେଳେ ବିଦ୍ୟୁତ୍ ତାର ଜବତ କରାଯାଉଥିବା ନେଇ କୁହାଯାଉଛି ତ ପୁଣି କେତେବେଳେ ଶିକାରୀ ଖସି ଯାଉଥିବା ନେଇ ସଫେଇ ଦିଆଯାଉଛି। ହେଲେ ଜଙ୍ଗଲରେ ଏତେ ମାତ୍ରାରେ ବନ୍ୟଜରୁ କିଭଳି ଶିକାର ହୋଇ ଏହାକୁ କଟାଯିବା ସହ ବଜାର ଘାଟରେ ବିକ୍ରୟ କରାଯାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଶପଲ୍ଲା ବନାଞ୍ଚଳ ସମେତ ଗଣିଆ ବନାଞ୍ଚଳର ମଧ୍ୟଖଣୁ ସେକ୍ସନ ଅଧୀନସ୍ତ ଘୁଗୁଡ଼ିପଡ଼ା, ରାଇମଡ଼ା, ଜାନିସାହି, ମକରପ୍ରସାଦ, ଘୋଳାହାଣ୍ଡି ଆଦି ଅଞ୍ଚଳରେ ଏଭଳି ଶିକାର ହେଉଥିବା ଅଭିଯୋଗ ହେଉଛି।

ଏଭଳି ଶିକାର ସମ୍ପର୍କରେ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ପଚାରିଲେ ଶିକାର ନେଇ କୌଣସି ସୂଚନା ମିଳୁନଥିବା ନେଇ ପାଲଟା ସଫେଇ ଦିଆଯାଉଛି ବଡ଼କଥା ହେଉଛି, ବିଭିନ୍ନ ସେକ୍ସନ ଓ ବିଟ୍ କାର୍ଯ୍ୟାଳୟରେ ବନ କର୍ମଚାରୀମାନେ ସଠିକ୍ ଭାବେ ରହୁନଥିବା ହେତୁ ଶିକାରୀମାନେ ଏହାର ଫାଇଦା ଉଠାଉଛନ୍ତି ଶିକାରୀଙ୍କୁ ଛାଡ଼ି ନିଜେ କିଭଳି ଲୁଟ୍ କରିବେ ସେଥିରେ ଅନେକ କର୍ମଚାରୀ ମାତିଛନ୍ତି। ଯାହାକି କିଛିମାସ ତଳେ ଦଶପଲ୍ଲାରେ ହୋଇଥିବା ଚାରା ଦୁର୍ନୀତିଠାରୁ ଆରମ୍ଭ କରି ଜାତୀୟ ବାଉଁଶ ମିସନରେ ଅନିୟମିତତା ସାଙ୍ଗକୁ ଖଣ୍ଡପଡ଼ା ବନାଞ୍ଚଳରେ ବାଉଁଶ କଟା ସହ ବାଘ ଓ ବାହା ଶିକାର ଘଟଣାରେ ବନ କର୍ମଚାରୀମାନେ ନାନା ବିବାଦ ମଧ୍ୟରେ ଛନ୍ଦି ହୋଇ ରହିଛନ୍ତି।

ଗଣମାଧ୍ୟମରେ ଏଭଳି ସମ୍ବେଦନଶୀଳ ଘଟଣା ପ୍ରକାଶ ପାଉଥିବା ବେଳେ ଏହାକୁ ନେଇ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀମାନେ ଏବେ ବିଭିନ୍ନ ବିବାଦରେ ଏବେ ଛନ୍ଦି ହୋଇ ରହିଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୈାଣସି ସୂଚନା ନଦେବା ପାଇଁ ଏକପ୍ରକାର ହୁଇପ୍ ମଧ୍ୟ ଜାରି କରାଯାଇଛି। କିଛିଦିନ ତଳେ କୁଆଁରିଆ ଠାରେ ଅନୁଷ୍ଠିତ ଏକ ବୈଠକରେ ସିଧାସିଧା ତ୍ ଏବଂ ବନ କର୍ମଚାରୀଙ୍କୁ ଏନେଇ ବାରଣ କରାଯାଇଛି। ଯଦି କେହି କୈାଣଷି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଉଥିବାର ଜଣାପଡ଼ିବ ତେବେ ତା’ରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ହୁଇପ୍ ଜାରିହେବା ଗ ପରେ ଏବେ ବନବିଭାଗ ପକ୍ଷରୁ ସୂଚନା ଦେବାରେ ଅସମ୍ଭବ ନିରବତା ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି।

Exit mobile version