Home ଓଡ଼ିଶା ନୂଆବର୍ଷରେ ଚିଲିକା ପରିଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :- ଜାନୁଆରୀ 2024(ଓଡିଶା ତାଜା ନିୟୁଜ )ନୂତନ ବର୍ଷ ଉପଲକ୍ଷେ ସମଗ୍ର ଚିଲକା ଚଳଚଞ୍ଚଳ ହୋଇପଡିଛି l ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥିଲା l ନୌବିହାର, ବିଦେଶୀ ପକ୍ଷୀଙ୍କ ଜଳକ୍ରୀଡ଼ା ଏବଂ ମା କାଳିଜାଇ ପୀଠ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି l ବାଲୁଗାଁ ଚିଲିକା କୁଳ ଜେଟି ଏବଂ ବରକୁଳ ପାନ୍ଥନିବାସରୁ ଲକ୍ଷାଧିକ ପର୍ଯ୍ୟଟକ ସରକାରୀ ଲଞ୍ଚ ଏବଂ ଘରୋଇ ଯନ୍ତ୍ରଚାଳିତ ଡ଼ଙ୍ଗା ଦ୍ୱାରା ଚିଲିକା ପରିଭ୍ରମଣ କରି ମା କାଳିଜାଇ ମନ୍ଦିର ଦର୍ଶନ କରିବା ସହ ବିଦେଶାଗତ ରଙ୍ଗ ବେରଙ୍ଗ ପକ୍ଷୀଙ୍କ ଜଳକ୍ରୀଡ଼ା କୁ ମନୋଭରି ଉପଭୋଗ କରିଥିଲେ l ବାଲୁଗାଁ ସ୍ଥିତ କାଳିଜାଇ ବୋଟ ଆସୋସିଏସନ, ଆନ୍ତର୍ରଦେଶୀୟ ଜଳପଥ ପରିବହନ ବିଭାଗ, ବରକୁଳ ଠାରେ ମା କାଳିଜାଇ ଡ଼ଙ୍ଗା ମାଲିକ ସଂଘ ଏବଂ ଓ ଟି ଡ଼ି ସି ତରଫରୁ ଲଞ୍ଚ ଓ ଡ଼ଙ୍ଗାର ବ୍ୟବସ୍ଥା ହୋଇଥିଲା l ବିଶେଷକରି ବରକୁଳ ପାନ୍ଥନିବାସ ଠାରେ ପର୍ଯ୍ୟଟକ ମାନେ ଚିଲିକାରେ ନୌବିହାର କରିବା ସହ ସ୍ପିଡ଼ ବୋଟ ଏବଂ ଜେଟ ସ୍କିରେ ବସି ବେଶ ମଜା ଉଠାଇଥିଲେ l ନୌଯାତ୍ରା ବେଳେ ପର୍ଯ୍ୟଟକ ଙ୍କ ସୁରକ୍ଷା ନିମିତ୍ତ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ତତ୍ୱାବଧାନରେ ବାଲୁଗାଁ ଜେଟି ଏବଂ ବରକୁଳ ପାନ୍ଥନିବାସ ଠାରେ ପୋଲିସ କର୍ମଚାରୀ ଉପସ୍ଥିତ ରହି ସରକାରୀ ନିୟମ ଅନୁଯାୟୀ ଜଳଯାତ୍ରା ଉପରେ କଡା ନଜର ରଖିଥିଲେ l ଓଡ୍ରାଫ ଟିମ ଏବଂ ଅଗ୍ନିଶମ କର୍ମଚାରୀ ଙ୍କୁ ମିଶାଇ ମୋଟ ୮ଟି ଟିମ ସ୍ୱତନ୍ତ୍ର ବୋଟ ଯୋଗେ ଚିଲିକା ଜଳରାଶି ରେ ଅହରହ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା l ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ୧୫ପ୍ରତିଶତ ବୃଦ୍ଧି ପାଇଥିବା ପାନ୍ଥନିବାସ ପରିଚାଳକ ସବ୍ୟସାଚୀ କର ପ୍ରକାଶ କରିଛନ୍ତି l ଚିଲିକା ବ୍ୟତୀତ ମା ନାରାୟଣୀ ପୀଠ, ମା ଭଗବତୀ, ଶାଳିଆ ଡ୍ୟାମ ଏବଂ ବରବରା ଜଙ୍ଗଲ ସ୍ଥିତ ମା ବିରଜାଈ ଓ ମାଳ ତାରିଣୀ ପୀଠ ରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଦାସିଆ ଅଜାଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana September 12, 2026 କଟକରେ ଅବକାରୀ ଚଢାଉ, ବିପୁଳ ଦେଶୀମଦ ସହ କାର୍ ଜବତ। by Proprietor Abhimanyu Maharana September 12, 2026 କମିଶନରେଟ ପୋଲିସ ପକ୍ଷରୁ ଗଣେଶ ପୂଜା ଲାଗି ପ୍ରସ୍ତୁତି ବୈଠକ : ଡିଜେ ମୂକ୍ତ ରୋଷଣୀ ନିଶା ମୁକ୍ତ ଭସାଣୀ ହେବେ by Proprietor Abhimanyu Maharana September 12, 2026 ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ by Proprietor Abhimanyu Maharana September 12, 2026 ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026