0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟକୁରା :-> କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମା ଗ୍ରାମପଞ୍ଚାୟତ ଚାରିଛକଠାରେ ବିଜେପି ପକ୍ଷରୁ ନୂଆବର୍ଷ ଉପଲକ୍ଷେ ଏକ ତୋରଣ ନିର୍ମାଣ କରାଯାଇଥିଲା l ଏଥିରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରାପଡ଼ା ସାଂସଦଙ୍କ ଓ ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀ ତେଜେଶ୍ୱର ପରିଡାଙ୍କ ଫଟୋ ଓ ନୂଆ ବର୍ଷ ଅଭିନନ୍ଦନ ବାର୍ତା ରହିଥିଲା l ତେବେ କେହି ଦୁର୍ବୁତ୍ତ ଏହି ତୋରଣକୁ ଗତ ରାତିରେ ପୋଡି ଦେଇ ଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି l

