
0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଇଂରାଜୀ ନବବର୍ଷ ୨୦୨୫ ସୁଖଦ ଅନୁଭୂତିରେ କଟିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସିଛନ୍ତି । ବଡଦାଣ୍ଡରେ ପାଦରେ ଚାଲି ଚାଲି ଯିବା ସମୟରେ ଲକ୍ଷାଧିକ ଭକ୍ତ ଦୁଇ ହାତକୁ ଉପରକୁ ଟେକି ଜୟ ଜଗନ୍ନାଥ କହୁଥିବା ଶୁଣିବାକୁ ମିଳୁଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବାଉଁଶ ବ୍ଯାରିକେଡ ଦେଇ ଭକ୍ତ ମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରୁଥିଲେ ।

