0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରାଜ୍ୟରେ ଦିନକୁଦିନ ଜଙ୍ଗଲ ପରିସୀମା ସଙ୍କୁଚିତ ହେଉଥିବା ସ୍ଥଳେ ଲଘୁ ବନଜାତ ପଦାର୍ଥ ସଂଗ୍ରହ ନିମିତ୍ତ ଜାନୁଆରୀ ମାସଠାରୁ ଜଙ୍ଗଲରେ ନିଆଁ ଲଗାଯିବା ଦେଖାଯାଉଛି । ଜାନୁଆରୀଠାରୁ ଅପ୍ରେଲ ମାସ ପର୍ଯ୍ୟନ୍ତ ଜଙ୍ଗଲ ଜଳୁଥିବା ସ୍ଥଳେ ସବୁତକ ବନାଗ୍ନି ମନୁଷ୍ୟକୃତ ହୋଇଥିବା ଜଣା ପଡିଛି। ଏ ସମ୍ପର୍କରେ ବ୍ୟାପକ ଜନଚେତନା ସୃଷ୍ଟି କରାଯାଇ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ବୋଲି ଅମିତ କଲେଜ ସାମ୍ବାଦିକତା ବିଭାଗ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି।
