Home ଓଡ଼ିଶା ବାଲିଗୁଡ଼ା ଆଇଟିଡିଏରେ ନୂତନ ପ୍ରକଳ୍ପ ପ୍ରଶାସକଙ୍କ ଯୋଗଦାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ନୂତନ ବର୍ଷ ବୁଧବାରରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପ୍ରକାରେ ଏହି ନିଯୁକ୍ତି ପାଇଛନ୍ତି । ପ୍ରକାଶ ଯେ, ଗଦାଧର ପାତ୍ର ଏହା ପୂର୍ବରୁ ଉକ୍ତ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକରେ ୨୦୨୧ ନଭେମ୍ବର ୨ରେ ବିଡିଓ ଭାବେ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୨୫ରେ ସେ ସେଠାରୁ ବଦଳି ହୋଇ ନିଜ ବିଭାଗକୁ ଫେରିଥିଲେ । ଦାରିଙ୍ଗବାଡ଼ି ବ୍ଲକରେ ବିଡିଓ ଭାବେ ୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ୨୦୨୩/୨୦୨୪ ଜାନୁଆରୀରେ ଶୀତ ମହୋତ୍ସବ କରି ଚର୍ଚ୍ଚାରେ ରହିଥିଲେ । ସେହିପରି ଦାରିଙ୍ଗବାଡି ବ୍ଲକ ଦୁର୍ଗମ ଅଞ୍ଚଳରେ ସ୍ମାର୍ଟ ସ୍କୁଲର ରୂପାନ୍ତର କାର୍ଯ୍ୟକୁ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ହାତୀମୁଣ୍ଡା ପଞ୍ଚାୟତ ଋଷିମାଳ ପାହାଡ଼ ଚଢ଼ି ସେଠାରେ ପହଞ୍ଚିବା ସହ ତୀର୍ଥକ୍ଷେତ୍ର ରୁଦ୍ଧିମାଳର ବିକାଶ ପାଇଁ ୭୮ ଲକ୍ଷ ଅନୁଦାନରେ କାର୍ଯ୍ୟ କରାଇବା, ଡୁଲୁରୀ ପାଇନବଣ ସମେତ ହିଲଭିୟୁ ପାର୍କ, ପାଟାବାନ୍ଧା ଜଳପ୍ରପାତର ରୂପାନ୍ତର କାର୍ଯ୍ୟ କରେଇବା ଦିଗରେ ସେ ଅନେକ ପ୍ରୟାସ କରିଥିଲେ । ଏବେ ସେ ପ୍ରକଳ୍ପ ପ୍ରଶାସକ ଭାବେ ନିଯୁକ୍ତି ପାଇବା ପରେ କୁଟିଆ କନ୍ଧଙ୍କ ବିକାଶ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଜନଜାତିଙ୍କ ଜୀବନ ଜୀବିକା ସ୍ବାବଲମ୍ବୀ କରାଇବା ଦିଗରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ସେ ବାଲିଗୁଡ଼ା ଆଇଟିଡିଏରେ ଯୋଗ ଦେବା ପୂର୍ବରୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ସାକ୍ଷାତ କରି କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି । ସେ ଆହୁରି କହିଛନ୍ତି, ଦାରିଙ୍ଗବାଡ଼ି କଫି ବଗିଚାରୁ କଫି ସଂଗ୍ରହ ଓ ପ୍ରସ୍ତୁତି କାର୍ଯ୍ୟ ସମେତ ଦାରିଙ୍ଗବାଡ଼ି ହିଲ୍ଭିୟୁ ପାର୍କ ପରିସର ମଧ୍ୟରେ ରହିଥିବା ଜନଜାତି ସଂଗ୍ରହାଳୟର ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026