0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ପବିତ୍ର ଇଂରାଜୀ ନୂଆବର୍ଷ ଅବସରରେ ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ସକାଳୁ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଥିଲା । କନ୍ଧମାଳ ଜିଲ୍ଲାର ବିଭିନ୍ନ ଆରାଧ୍ୟା ଦେବୀ ମା’ ପାଟଖଣ୍ଡା, ବରାଳ ଦେବୀ, ବଲସ କୁମ୍ପା, ଡୁଙ୍ଗୀ ପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର, ଧବଳେଶ୍ୱର ମନ୍ଦିର ଭଳି ବିଭିନ୍ନ ଦେବା ଦେବୀ ପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା ।

