୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ପରମ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୁଳଚନ୍ଦ୍ର ଙ୍କର ୧୩୭ ତମ ଜନ୍ମ ମହୋତ୍ସବ ଏବଂ ବନମାଳୀପୁର ସତସଙ୍ଗ ମନ୍ଦିରର ୮ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ବନମାଳୀପୁର କଲେଜ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରୁ ସମବେତ ଉଷା ବିନତୀ, ବେଦମାଙ୍ଗଳୀକ ଓ ଶ୍ରୀ ଶ୍ରୀ ଠାକୁରଙ୍କ ଅମିୟ ଗ୍ରନ୍ଥ ପାଠ ସହ ସକାଳ ନଅ ଘଣ୍ଟିକାରେ ଠାକୁରଙ୍କ ପ୍ରତିକୃତିକୁ ଏକ ବର୍ଣ୍ଣାଢ଼୍ୟ ମଟର ସାଇକେଲ ଶୋଭା ଯାତ୍ରା ବାଲିପାଟଣା ଛକଠାରୁ ମୂଖ୍ୟ ରାସ୍ତା ଦେଇ ଉତ୍ସବ ମଣ୍ଡପ ଠାରେ ପହଞ୍ଚିଥିଲା ।

