୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର/ନୂଆଦିଲ୍ଲୀ :- ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଭାସୀ ମତଦାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ କିଶୋର ଦ୍ଵିବେଦୀ ସର୍ବ ସମ୍ମତି କ୍ରମେ ବିଶ୍ଵଭରି ପ୍ରବାସୀ ଓଡ଼ିଆମାନଙ୍କର ଏହି ସର୍ବୋଚ୍ଚ ସଙ୍ଗଠନର ଅଧ୍ୟକ୍ଷ ଭାବରେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ତିନି ଉପାଧ୍ୟକ୍ଷ ଭାବେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ) ର ପୂର୍ବତନ ସଭାପତି ଡଃ. ନଳିନୀ ପତି, ଓଡ଼ିଆ ସମାଜ ଆବୁଧାବିର ପୂର୍ବତନ ସଭାପତି ପ୍ରଦୀପ ରଥ ଏବଂ ଆମେରିକାରେ ଅବସ୍ଥାପିତ ବିଶ୍ଵ ମହିଳା ପ୍ରତିଷ୍ଠାନର ଅଧ୍ୟକ୍ଷା ରୂପା ଦାଶ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।
