ବୋଲଗଡ ମହୋତ୍ସବ ଆଶା ଉଦଯାପିତ

୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡତା  :-> ବୋଲଗଡ ମହୋତ୍ସବ କମିଟି ଆନୁକୂଲ୍ୟରେ ସୋମବାରଦିନ ବୋଲଗଡ ମହୋତ୍ସବ ଉଦଯାପନୀ ସନ୍ଧ୍ୟା ପାଳିତ ହୋଇଯାଇଛି l ବୋଲଗଡ ମହୋତ୍ସବର ସଭାପତି ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ବରେ ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଡକ୍ଟର ଅରୁଣ କୁମାର ସାହୁ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମ୍ମାନିତ ଅତିଥିଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଡ଼କ୍ଟର ଗଣେଶ୍ୱର ସ୍ୱାଇଁ, କୃଷକ ନେତା ପ୍ରକାଶ ଚନ୍ଦ୍ର ରାଉତରାୟ, କୃଷ୍ଣ ମୋହନ ପାଲଟା ସିଂହ, ବ୍ଲକ ଅଧ୍ୟାକ୍ଷା ହୁଲ୍ଲାସ ପ୍ରଧାନ,

ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ, ଜିଲ୍ଲାପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାୟ ଗୁରୁ, ସିନେ କଳାକାର ଅଭିନେତ୍ରୀ ସସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଦେଇ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ମହୋତ୍ସବର ପ୍ରାରମ୍ଭରେ ବଂଶୀଧର ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l

ମହୋତ୍ସବ କମିଟିର ସଭାପତି ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ବୀର ଦାସ ଅତିଥି ପରିଚୟ ପ୍ରଦାନ କରି ସମ୍ପଦକୀୟ ବିବରଣୀ ପାଠ କରିଥିଲେ l ବୋଲଗଡ ରତ୍ନଭାବେ କୃଷ୍ଣ ମୋହନ ପାଲଟା ସିଂହ, ବୋଲଗଡ ସମ୍ମାନ ଭାବେ ମହମ୍ମଦ ମହୋସିନୀ ଖାଁ, ପେମୋଦ କୁମାର ମହାପାତ୍ର, ସୁମନ୍ତ କୁମାର ଦାସ, ଉମାକାନ୍ତ ବେଵାର୍ତା ପଟ୍ଟନାୟକ,

ମାଣିକଗୋଡା ସେବା ସମବାୟ ସମିତି, ସଂପୁରନୁଆଁଖାଇ ମହୋତ୍ସବ ପ୍ରମୁଖଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଫୁଲ ତୋଡ଼ା, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଓ ଉପଦେଷ୍ଟା ବୋଲଗଡର କଳା, ସାହିତ୍ୟ, ସଂସ୍କୃତ,ପରମ୍ପରା ଓ ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l

ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଧାରାବାହିକ ଅଭିନେତ୍ରୀ ସସ୍ମିତା ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା lପରିଶେଷରେ ମହୋତ୍ସବର ସାଧାରଣ ସମ୍ପାଦକ ବୀର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version