କ୍ୟାପ୍ ଟେନ୍ ଷ୍ଟିଲ୍ ଲଞ୍ଚିଙ୍ଗ କାର୍ଯ୍ୟକ୍ରମ ରେ ଵିତରକମାନେ ସମ୍ବର୍ଦ୍ଧିତ

୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଦେଶର ପ୍ରମୁଖ ଉଦ୍ୟୋଗ କ୍ୟାପ୍ ଟେନ୍ ଷ୍ଟିଲ୍ ପକ୍ଷରୁ ରାଜଧାନୀ ସ୍ଥିତ ହୋଟେଲ ଭିଭାନ୍ତା ଠାରେ କଳଙ୍କି ପ୍ରତିରୋଧକ ଉତ୍ପାଦ କ୍ୟାପ୍ ଟେନ୍ ରଷ୍ଟ ଗାର୍ଡ ଟି ଏମ୍ ଟି ବାର୍ ଲୋକାର୍ପଣ ବିଷୟରେ ସାରା ରାଜ୍ୟର ବିତରକ ମାନଙ୍କୁ ନେଇ ଏକ ସଚେତନତା ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ କ୍ରିକେଟ ଜଗତର ପୂର୍ବତନ ଅଧିନାୟକ ଓ କମ୍ପାନୀ ର ବ୍ରାଣ୍ଡ ଆମ୍ବାସଡର୍ ସୌରଭ ଗାଙ୍ଗୁଲି,କ୍ୟାପ୍ ଟେନ୍ ଷ୍ଟିଲ୍ ର ପରିଚାଳନା ନିର୍ଦ୍ଦେଶକ ଅବିନାଶ ଅଗ୍ରୱାଲ, ମୁଖ୍ୟ ବିପଣନ ଅଧିକାରୀ ଇଂ ଅବିନାଶ ମିଶ୍ର,

ଓଡ଼ିଶା ମୁଖ୍ୟ ଶ୍ରୀମତୀ ବବିତା ପ୍ରୃଷ୍ଟି ପ୍ରମୁଖ ଉପସ୍ଥିତ ରହି ୩୦୦ରୁ ଉର୍ଦ୍ଧ୍ବ ବିତରକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ଉପସ୍ଥିତ ଯନ୍ତ୍ରୀ ଓ ଆର୍ ଟି ଟେକ୍ ମାନଙ୍କୁ ଉତ୍ପାଦ ବିଷୟ ରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟର ୪୫ ଜଣ ବିତରକ ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ର ୮ଜଣ ବିତରକ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ୟାପ୍ ଟେନ୍ ଷ୍ଟିଲ୍ ରଷ୍ଟ ଗାର୍ଡ ରାଜ୍ୟ ରେ ଏଯାବତ୍ ଟି ଏମ୍ ଟି ଜଗତରେ ନୂତନ ପରିଚୟ ସ୍ତୃଷ୍ଟି କରି ଆଗାମୀ ଦିନ ରେ ଭଲ ବ୍ୟବସାୟ ସ୍ତୃଷ୍ଟି କରିବ ବୋଲି ମତାମତ ପ୍ରକାଶ ପାଇଥିଲା ।

Exit mobile version