ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ମଧ୍ୟଖଣ୍ଡ ଟିମ୍

୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ  :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମରେ ଚାଲିଥିବା ୨୭ ତମ ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୬ ଉଇକେଟ୍ ହରାଇ ୧୧୭ ରନ କରିଥିବା ବେଳେ ଲେଙ୍କୁଡି ପଡ଼ା କ୍ରିକେଟ୍ ଟିମ୍ ୧୫ ଓଭରରେ ୯ ଉଇକେଟ୍ ୯୯ ରନ୍ ସଂଗ୍ରହ କରି ମ୍ୟାଚ୍ ଟି ହାରିଯାଇଥିଲା ।

ଏହା ସହିତ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି।ଆଜିର ମ୍ୟାଚ୍ ରେ ଅତିଥି ଭାବେ ସମାଜ ସେବୀ ତଥା ସାମ୍ୱାଦିକ ଦିଲ୍ଲୀପ କୁମାର ଜାନୀ ଯୋଗ ଦେଇଥିଲେ।ଆଜିର ମ୍ୟାଚ୍ କୁ ଶ୍ରୀକାନ୍ତ କୁମାର ମହାପାତ୍ର ଏବଂ ଆଶିଷ ନାୟକ ପରିଚାଳନା କରିଥିବା ବେଳେ ଆଙ୍କରିଂ କରିଥିଲେ ନିତୁନ ପରିଡ଼ା ।

Exit mobile version