ବନମାଳୀପୁର ହାଇସ୍କୁଲର ୧୯୭୪ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା  :-> ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୭୪ ବ୍ୟାଚ୍ ପୁରାତନ ଛାତ୍ର ମାନଙ୍କର ସଂଗଠନ ପକ୍ଷରୁ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବନମାଳୀପୁର ପୁରୁଣା ସିନେମା ହଲ ପରିସର ରେ ଭରତ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ପୂର୍ଣ୍ଣଚନ୍ଦ୍ର ସାହୁ ଭଜନ ପରିବେଷଣ କରିଥିଲେ ।

ନୃସିଂହ ଚରଣ ପରିଡ଼ା ସ୍ଵାଗତ ଭାଷଣ ଦେଇଥିଲେ।ଆଜିର କାର୍ଯ୍ୟକ୍ରମରେ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଅର୍ଣବ ବେଉରା ମୁଖ୍ୟ ଅତିଥି ଓ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ରେ ପାଠ ପଢା ବେଳର ସ୍ମୃତି ଚାରଣ କରି ବିଦ୍ୟାଳୟ ପ୍ରତି ପୁରାତନ ଛାତ୍ର ମାନଙ୍କ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଶିକ୍ଷକ କପିଳେଶ୍ୱର ସ୍ୱାଇଁ ଯୋଗଦେଇ ଛାତ୍ର ବୃତ୍ତି ପ୍ରଦାନ ପାଇଁ ପୁରାତନ ଛାତ୍ର ଙ୍କ ଭୂମିକା ସଂପର୍କରେ ମତ ରଖିଥିଲେ। ପୁରାତନ ଛାତ୍ର ବନବିହାରୀ ଦାସ,ଜମେଶ୍ୱର ପାତ୍ର,ଲକ୍ଷ୍ମୀଧର ପାତ୍ର ପ୍ରମୁଖଙ୍କ ସହିତ ସେହି ଵ୍ୟାଚ୍ ର ଅଧିକାଂଶ ଛାତ୍ର ଏଥିରେ ଯୋଗ ଦେଇଥିଲେ।କୈଳାଶ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ପରଲୋକଗତ ସାଥୀ ସୁରେନ୍ଦ୍ର ସାହୁ ଙ୍କ ବିୟୋଗରେ ତାଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା।

Exit mobile version