୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ/ଗଜପତି :-> ଦେଶାଇ ଅନୁଷ୍ଠାନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗାଲଗଣ୍ଡା ଗ୍ରାମରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମହୋଦୟ, ସ୍ୱାସ୍ଥ୍ୟ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭା ଆରମ୍ଭ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଆସିଥିବା ଅନେକ ଲୋକ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା ।
