୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ସ୍ଥିତ ମା ‘ମଙ୍ଗଳା ବ୍ୟାଡ଼ମିଣ୍ଟନ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ନଗର ଠାରେ ରବିବାର ଦ୍ୱିତୀୟ ରାଜ୍ୟ ସ୍ତରୀୟ ଦିବାରାତ୍ର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଅତିଥି ଭାବେ ବାଲୁଗାଁ ନଗରପାଳିକା ସୁକାନ୍ତି ପାଇକରାୟ, ଧୋବା ବିଶ୍ୱାଳ ଏବଂ ବିନୋଦ ମହାରଣା ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ l ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ମୋଟ ୩୨ ଟିମ ଅଂଶଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚ ରେ ଭୁବନେଶ୍ୱର ଟିମ ୨-୧ ସେଟ ରେ ଅନୁଗୁଳକୁ ହରାଇ ଚାମ୍ପିୟନ ହୋଇଥିଲା l

