ସର୍ବ ଭାରତୀୟ ଓପନ କରାଟେରେ ଖୋର୍ଦ୍ଧାଜିଲ୍ଲାକୁ ୭୫ ପଦକ

୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ଅନୁଷ୍ଠିତ ୧୪ତମ ସର୍ବ ଭାରତୀୟ ଓପନ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାକୁ ୭୫ ପଦକ ମିଳିଛି l ଏହି ପ୍ରତିଯୋଗିତାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୧ ହଜାରରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏଥିରେ ଖୋର୍ଦ୍ଧା ଜିଲ୍ଲା ଅଧିନ ବାଲୁଗାଁ, ବାଣପୁର, ଚିଲିକା ଏବଂ ଖୋର୍ଦ୍ଧା ଟାଉନ ଅଞ୍ଚଳରୁ ୪୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୧୨ ସ୍ବର୍ଣ୍ଣ, ୧୮ ରୌପ୍ୟ ଏବଂ ୪୫ କାଂସ୍ୟ ଏହିପରି ମୋଟ ୭୫ ଗୋଟି ପଦକ ହାସଲ କରିଥିଲେ lକୋଚ ଦୀପକ କୁମାର ସାମନ୍ତରାୟଙ୍କ ଅଧୀନରେ ସଫଳତା ଅର୍ଜନ କରିଥିବା ଏହି ପ୍ରତିଯୋଗୀ ମାନେ ପ୍ରଶିକ୍ଷଣ ଲାଭ କରିଛନ୍ତି l ସ୍ବର୍ଣ୍ଣ ପଦକ ବିଜେତା ହେଲେ ସାତଭିକ କୁମାର ଜାଲି ( ଦୁଇଟି ), ରୁଦ୍ର ପ୍ରସାଦ ଶତପଥି, ଆଦିତ୍ୟ ରାଜ ପ୍ରଧାନ, ଶ୍ରେହାନଦୀପ ବିଶ୍ୱାଳ, ଶ୍ରେୟାଂଶ ପାତ୍ର, ଶୁଭମ ପ୍ରଧାନ, ଜୟ ଆନନ୍ଦ ସାଇ, ସତ୍ୟପ୍ରଜ୍ଞ ଦେବ ପଢ଼ିଆରୀ, ବାଳିକା ବର୍ଗରେ ଦିବ୍ୟାଙ୍ଗନା ସାମନ୍ତରା ( ଦୁଇଟି )ଏବଂ ଦୀପଶିଖା ସାମନ୍ତରା l ପ୍ରତିଯୋଗୀଙ୍କ ଏହି ସଫଳତା ପାଇଁ ପରିବାର ବର୍ଗ, ଅଞ୍ଚଳବାସୀ ଏବଂ କ୍ରୀଡା ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି l

Exit mobile version