ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଯୁବକ ଅଦାଲତ ଚାଲାଣ

୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର  :-> ଭାପୁର ବ୍ଲକ ଫତେଗଡ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଜଣେ ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଯୁବକକୁ ଗିରଫ କରି ଅଦାଲତ ଚାଲାଣ କରିଛି ଫତେଗଡ ଥାନା ପୁଲିସ। ପୁଲିସ ସୁତ୍ରରୁ ପ୍ରକାଶ ଭୁବନେଶ୍ୱରସ୍ଥିତ ପ୍ରମେୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଶାଳପଡା ପଞ୍ଚାୟତ ନୂଆଗାଁ ଗ୍ରାମର ଚନ୍ଦ୍ରଶେଖର ପଣ୍ଡାଙ୍କ ପୁଅ ଲଡୁ କେଶର ପଣ୍ଡା (୩୦) ଙ୍କୁ ଉକ୍ତ ଗ୍ରାମର ✓ଦିନବନ୍ଧୁ ସାହୁଙ୍କ ପୁଅ କୃଷ୍ଣଚନ୍ଦ୍ର ସାହୁ (୫୦) ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିଲା ।

ଏନେଇ ଲଡୁ କେଶର ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଫତେଗଡ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୃଷ୍ଣଚନ୍ଦ୍ର କୁ ଗିରଫ କରିବା ସହ ସୋମବାର ଦିନ ଭାପୁର ଅଦାଲତକୁ ଚାଲାଣ କରିଥିଲେ। ମାତ୍ର, ସେଠାରେ କୃଷ୍ଣଚନ୍ଦ୍ରର ଯାମିନି ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ାଙ୍କଠାରୁ ପ୍ରକାଶ ।

Exit mobile version