୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗୁଜରାଟ ରାଜ୍ୟର ସୁରତ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରୀୟ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଓଡିଶା ଦଳ ଭାଗ ନେଇ ଚମ୍ପିୟାନ ହେଇଛି । ଓଡ଼ିଶା ଦଳରେ ପୁରୀ ଜିଲ୍ଲା ସ୍କୁଲ୍ ରୁ ୬ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସିନିଅର ବିଭାଗରୁ ପ୍ରୀତି ରେଡ୍ଡୀ ଅନିଭିନ୍ ବାର୍ ରେ ଭାଗ ନେଇ ଫାଇନାଲ ରେ ପ୍ରବେଶ କରିବା ସହ ଦଳଗତ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ଜୁନିଅର ବିଭାଗରେ ପୁରୀ ଜିଲ୍ଲା ସ୍କୁଲ୍ ରୁ ଅକସରା ବେହୁରା ଓ ଦନଲକ୍ଷ୍ମୀ ରାଓ ଅଂଶଗ୍ରହଣ କରି ଦଳଗତ ସ୍ଵର୍ଣ୍ଣପଦକ ଲାଭ କରିବା ସହ ବ୍ୟକ୍ତିଗତ ରୂପେ ଦନଲକ୍ଷ୍ମୀ ରୈ।ପ୍ଯପଦକ ପ୍ରାପ୍ତ କରିବାରେ ସମର୍ଥ ହୋଇଛନ୍ତି ।

