Home ଓଡ଼ିଶା ନୂଆଗାଁ ବ୍ଲକ୍ ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବଗାନ୍ଧି ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା, ଏସଡିପିଓ ସୁଦର୍ଶନ ଗଙ୍ଗୁଇ, ନୂଆଗାଁ ବିଡ଼ିଓ ଅମୃତ କୁମାର ରାଉଲ୍, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ , ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ୍ର ରେ ମୋଟ ୫୬ ଟି ଆପତ୍ତି ଅଭିଯୋଗ ଆସିଥିଲା । ସେଥି ମଧ୍ୟରେ ୪୨ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୧୨ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୨ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା , ରେଡ଼କ୍ରସ ରୁ କେହି ଅଭିଯୋଗ ହୋଇନଥିବା ବେଳେ ସେଥି ମଧ୍ୟରୁ ୪ଟିର ତୁରନ୍ତ ସମାଧାନ ହୋଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ by Proprietor Abhimanyu Maharana May 11, 2026 ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana May 11, 2026 ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ by Proprietor Abhimanyu Maharana May 11, 2026 ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ by Proprietor Abhimanyu Maharana May 11, 2026 ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ by Proprietor Abhimanyu Maharana May 11, 2026 ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 11, 2026