୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକରେ ସୋମବାର ଦିନ 10:30 ରେ ଅନୁଷ୍ଠିତ ହେବାକୁ ଥିବା ଜନଶୁଣାଣୀ କାର୍ଯ୍ୟକ୍ରମ ଏକ ଘଣ୍ଟା ରୁ ଅଧିକ ସମୟ ବିଳମ୍ବ ହେତୁ ଅଭିଯୋଗକାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା l ଦୀର୍ଘ ବର୍ଷ ବ୍ୟବଧାନ ପରେ ଗୋପ ରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମ ପୁରୀ ର ଜିଲ୍ଲାପାଳ ଯୋଗଦାନ କରିଥିଲେ l ସେଥିମଧ୍ୟରୁ ଅନେକ ସରକାରୀ ଅନୁଷ୍ଠାନ ର ମୁଖ୍ୟ ଅଧିକାରୀ ଓ ଅଧିକାରିଣୀ ଙ୍କ ଅନୁପସ୍ଥିତ ଯୋଗୁଁ ଅଭିଯୋଗ ଶୁଣାଣି ରେ ମଧ୍ୟ ବିଳମ୍ବ ହୋଇଥିଲା l ମୁଖ୍ୟ ସମସ୍ୟା ଟି ହେଉଛି ଗୋପ ବ୍ଲକ ରେ କୌଣସି କାର୍ଯ୍ୟକ୍ରମ କୁ ସଠିକ ଭାବେ ପୂର୍ବରୁ ଲୋକ ଲୋଚନକୁ ନ ଆଣିବା ଫଳରେ ଅନେକ ବ୍ୟକ୍ତି ବଞ୍ଚିତ ହେଉଛନ୍ତି l

