ହିଞ୍ଜିଳିରେ ନବୀନ : ଉଜୁଡ଼ା ଖେତରୁ ଚାଷୀଙ୍କ ଗଜା ଧାନଗଛ ଦେଖିଲେ

ଚାଷୀଙ୍କ ସହ ସବୁବେଳେ ଅଛନ୍ତି ଓ ସେମାନଙ୍କ ହକ୍ ପାଇଁ ଲଢେଇ କରିବେ : ନବୀନ ପଟନାୟକ

୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ହିଞ୍ଜିଳିକାଟୁ : ଚଳିତ ଲଘୁଚାପ ଜନିତ ଅଦିନିଆ ଲଗାଣ ବର୍ଷା ପ୍ରଭାବରେ ହିଞ୍ଜିଳିକାଟୁ ବ୍ଳକର ଧାନ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧାନ ଫସଲ ଅମଳ ପୂର୍ବରୁ ଝିପି ଝିପି ବର୍ଷାରେ ବିଲରେ ଥିବା କଟା ପାଚିଲା ଧାନ ଭିଜି ଯାଇ ଝଡି ପଡ଼ିଛି। ଯାହା କିଛି ଅଛି ତାହା ଆଣିବା ମଧ୍ୟ ସମ୍ଭବ ପର ନୁହେଁ। ସେସବୁକୁ ବିଲ ଭିତରେ ଗଦା କରି ସାଇତି ରଖିଛି। ସେଥିରେ ବି ଗଜା ଉଠି ଯାଇଛି ।

ଏଭଳି ଅଭାବନୀୟ ସ୍ଥିତିରେ ଚାଷୀର ଭାତହାଣ୍ଡି ଉଜୁଡ଼ି ଯାଇଛି । ଚିନ୍ତାଗ୍ରସ୍ତ ଚାଷୀ ଏବେ ସରକାରୀ ସହାୟତାକୁ ଚାହିଁ ବସିଛି। ଚାଷୀଙ୍କ ଏଭଳି ଦୁର୍ଦ୍ଦିନ ପରିସ୍ଥିତିର ଅନୁଧ୍ୟାନ ଓ ସ୍ଥିତି ପରଖିବା ପାଇଁ ହିଞ୍ଜିକି ବିଧାୟକ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ସୋମବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ହିଞ୍ଜିଳି, ଶେରଗଡ଼, ଆସିକା ଓ ଖଲ୍ଲିକୋଟ ବ୍ଲକକୁ ଗସ୍ତ କରିଥିଲେ । ପୂର୍ବ ସୂଚୀ ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ନବୀନ ପଟ୍ଟନାୟକ ହିଞ୍ଜିଳି ବ୍ଲକ ପୋଡିଙ୍ଗିରେ ପହଞ୍ଚି ଥିଲେ ।

ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ଦଳୀୟ ନେତା ଓ କର୍ମୀ ପ୍ରିୟ ବିଧାୟକ ନବୀନଙ୍କୁ ସ୍ୱାଗତ କରିଥିଲେ । ପରେ ସେ ସ୍ଥାନୀୟ ଅଞ୍ଚଳର ଉଜୁଡା ଖେତ ଦେଖିବା ପରେ ଗଜା ଧାନ ଗଛ ଧରି ଅପେକ୍ଷା କରିଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ । ବିଜେଡି ସୁପ୍ରିମୋ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସ ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ୍ ପାଇଁ ଲଢେଇ କରିବେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗଞ୍ଜାମର ଚାଷୀକୁଳ ଦୁଃଖ ରେ ଅଛନ୍ତି ।

ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ତେଣୁ କାଳବିଳମ୍ବ ନକରି ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି । ସେ ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ । ଏହା ପୁର୍ବରୁ ପ୍ରିୟ ବିଧାୟକ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ, ଶିଶୁ, ମହିଳା, ଯୁବକଙ୍କ ସମେତ ବିଭିନ୍ନ ପଞ୍ଚାୟତର କୋଣ ଅନୁକୋଣରୁ ନେତା, କର୍ମୀ, ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ପ୍ରବଳ ସମାଗମ ହୋଇଥିଲା।

ପରେ ସେ ଆସିକା ଅଭିମୁଖେ ଗସ୍ତ କରିଥିଲେ। ନବୀନଙ୍କ ଗସ୍ତ ସମୟରେ ଅତିରିକ୍ତ ଉପ ଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଜିଲ୍ଲା କୃଷି ଅଧିକାରୀ ଆସିକା ପ୍ରମୋଦ କୁମାର ମହାପାତ୍ର, ଡିପିଡି ଆତ୍ମା ବାସୁଦେବ ଶତପଥୀ,ତହସିଲଦାର ଭିକାରୀ ସାହୁ, ଆଇଆଇସି ଶ୍ରୀନିବାସ ସେଠୀ, ଅବିଡ଼ିଓ ଅରୁଣ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅର୍ପଣ କୁମାର ପୂଜାରୀ, ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠୀ,ପୂର୍ବତନ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ,

 

ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ପୌର ସଭାପତି ହୃଦୟାନନ୍ଦ ମହାପାତ୍ର, ପୌର ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ,ଏନ୍. ରଘୁନାଥ, ପବିତ୍ର ମୋହନ ପାଣିଗ୍ରାହୀ, ସଞ୍ଜୟ କୁମାର ପଣ୍ଡା, ଗନ୍ତାୟତ ଦଳେଇ,ଶିବରାମ ଗୌଡ଼,ଡି.ବିଶ୍ଵନାଥ, ଅଜୟ କୁମାର ମହାରଣା,ଅନିଲ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ପ୍ରୀତି ସାହୁ,ବାଇ ଗୀତାଞ୍ଜଳି, ରାମହରି ଶର୍ମା, ନୀଳାଞ୍ଚଳ ପାଢ଼ୀ, ସୁଧାଂଶୁ ସାହୁ,ମଦନ ସେଠୀ, ନୀଳାଚଳ ସାହୁ,କୃଷ୍ଣ ଚନ୍ଦ୍ର ଭଉଳ, ପ୍ରଶାନ୍ତ ପ୍ରଧାନ,

ଲଡୁ ନାହାକ, ଲଡୁ କିଶୋର ବେହେରା,କୈଳାସ ମହାନ୍ତି,ଯୁଧିଷ୍ଠିର ସ୍ବାଇଁ, କିରଣ କୁମାର ପଟ୍ଟନାୟକ, ନୀଳମଣି ପଟ୍ଟନାୟକ, ସୁବ୍ରତ କୁମାର ଚୌଧୁରୀ,ଅଶୋକ କୁମାର ଦାସ,କାଉନସିଲର ବସନ୍ତ ବେହେରାଙ୍କ ସମେତ ବହୁ ସରପଞ୍ଚ,ସମିତି ସଭ୍ୟ,ଦଳୀୟ ଯୁବ ଓ ଛାତ୍ର ନେତାଙ୍କ ସମେତ ମହିଳା କର୍ମୀ ଉପସ୍ଥିତ ଥିଲେ । ନବୀନଙ୍କ ଗସ୍ତ ସମୟରେ ପ୍ରାୟ ୨ ହଜାର ଜନତା ଯୋଗ ଦେଇଥିଲେ । ଜିଲ୍ଲା ପୋଲିସ ଅଧିକାରୀଙ୍କ ସହ ରିଜର୍ଭ ପୋଲିସ ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରା ଯାଇଥିଲା ।

Exit mobile version