ବାଙ୍କୀ କ୍ରେଡିଟ୍ ସମବାୟ ସମିତିର ୨୪ତମ ବାର୍ଷିକ ସଭା

୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ -> ବାଙ୍କୀ କ୍ରେଡିଟ୍ ସମବାୟ ସମିତି ଲିଃ.ର ୨୪ତମ ବାର୍ଷିକ ସାଧାରଣ ସଭା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପ୍ରଶିକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ସମରେନ୍ଦ୍ର ମହାପାତ୍ର ୨୩-୨୪ ବର୍ଷର ବିବରଣୀ ଉପସ୍ଥାପନା କରିବା ସହ ୨୫-୨୬ ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳର ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ନିର୍ବାହୀ ଅଧିକାରୀ କୃତିବାସ ପଣ୍ଡା ବାର୍ଷିକ ବିବରଣୀ ପଠନ କରିବା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ବୈଠକରେ ବରିଷ୍ଠ ଆଇନଜୀବୀ ବିରଞ୍ôଚ ଦାସ, ସଭ୍ୟ ପ୍ରହ୍ଲାଦ ପୃଷ୍ଟି, ସତ୍ୟନାରାୟଣ ନନ୍ଦ,

ଉପସଭାପତି କୁମୁଦୁନି ପୃଷ୍ଟି, ନିର୍ଦ୍ଦେଶକ ଶରତ ଚନ୍ଦ୍ର ପ୍ରଧାନ, ସମିତିର କିପରି ଲାଭ ହେବା ସହ ବକେୟା ଋଣ କିପରି ଆଦାୟ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ସହପରିଚାଳକ ମାନସ କୁମାର ମଙ୍ଗୁଆଳ, କର୍ମଚାରୀ ଗଗନ ଦାସ, କାଳନ୍ଦି ଦାସ , ସୁବ୍ରତ ମହାପାତ୍ର, ତୁଷାରନନ୍ଦ ପିରୋଇ, ବିଭୂତି ଭୂଷଣ ରାଉତରାୟ ପ୍ରମୁଖ ଯୋଗଦେଇ ସେମାନଙ୍କର ମତାମତ ରଖିଥିଲେ । ଶେଷରେ ବରିଷ୍ଠ ନିର୍ଦ୍ଦେଶକ ବଲ୍ଲଭ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ୟାଙ୍କ ଲାଭରେ ଚାଲିଥିବାରୁ ସଭ୍ୟମାନେ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version