Home ଓଡ଼ିଶା ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ : ପ୍ରଥମ ଅର୍ଦ୍ଧ ସେମି ଫାଇନାଲ ମ୍ୟାଚରେ ଖଳିସାହି ଦଳ ବିଜୟୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଧଶତମ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ ପ୍ରଥମ ଅର୍ଦ୍ଧ ସେମିଫାଇନାଲ କ୍ରିକେଟ ଖେଳ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଥମ ଅର୍ଦ୍ଧ ସେମିଫାଇନାଲ କ୍ରିକେଟ ମ୍ୟାଚ ଖଳିସାହି କ୍ରିକେଟ କ୍ଳବ ଓ ଠଣାପଲ୍ଲୀ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଠଣା ପଲ୍ଲୀ କ୍ରିକେଟ କ୍ଳବ ଟସ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିବା ବେଳେ ଖଳିସାହି କ୍ରିକେଟ କ୍ଲବ ବ୍ୟାଟିଙ୍ଗ କରିଥିଲା l 20 ଓଭର ମ୍ୟାଚ ବିଶିଷ୍ଟ ଏହି କ୍ରିକେଟ ଖେଳରେ ପ୍ରଥମେ ଖଳିସାହି କ୍ରିକେଟ କ୍ଳବ 18ଓଭର ଖେଳି ତାର ସମସ୍ତ ଉଇକେଟ ହରାଇ 101ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ତାର ପ୍ରତିବଦଳରେ ଠଣାପଲ୍ଲୀ କ୍ରିକେଟ କ୍ଳବ ସମସ୍ତ ଉଇକେଟ ହରାଇ 19 ଓଭରରେ 92 ରନ ସଂଗ୍ରହ କରି ପରାଜିତ ହୋଇଥିଲା l ଆଜିର କ୍ରିକେଟ ଖେଳକୁ ଅମ୍ପାୟାର ଭାବେ ରାଜ କୁମାର ବଳିୟାରସିଂ ଓ ନିବାସୀ ପାତ୍ର ପରିଚାଳନା କରିଥିଲେ l ଆଜିର କ୍ରିକେଟ ମ୍ୟାଚରେ ମୁଖ୍ୟଅତିଥିଭାବେ ଯୁବ ସମାଜସେବୀ ମାନସ କୁମାର ବେହେରା ଓ ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଭକ୍ତି ଭୂଷଣ ମହାପାତ୍ର, ପାଣ୍ଡଵ ସାହୁ, ଦେବବ୍ରତ ହୋତା, ଗଙ୍ଗାଧର ସାହୁ, ପ୍ରଫୁଲ୍ଲ କୁମାର ସିଂହ, ଯଦୁନାଥ ସାମନ୍ତରାୟ, କାର୍ତ୍ତିକ ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ନିରଞ୍ଜନ ସେଠୀ, ଅବଦୁଲ ଖଲ୍ଲିକ ଖାଁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କ ସହିତ କର ମର୍ଦନ କରି ଏହି କ୍ରିକେଟ ଟୁର୍ନାମେଣ୍ଟକୁ ଶୁଭ ଉଦଘାଟନ କରିଥିଲେ l ସଂପୁର ସ୍ଥିତ ବାଲୁଙ୍କେଶ୍ୱର ରାଇଜିଙ୍ଗ କ୍ରିକେଟ କ୍ଳବର ସଭାପତି ଅନିଲ କୁମାର ନାୟକ ଓ କ୍ଲବର ସଦସ୍ୟ ବିକୁ, ବବୁଲ, ରଘୁନାଥ, ଗାନ୍ଧୀ, ଓ ରାଜକୁମାର ପ୍ରମୁଖ ଏହି ଖେଳକୁ ସହଯୋଗ କରି ପରିଚାଳନା କରିଥିଲେ l ଆସନ୍ତାକାଲି ସଂପୁର କ୍ରିକେଟ କ୍ଳବ ସହିତ ପିଚୁକୁଳି କ୍ରିକେଟ କ୍ଳବ ମଧ୍ୟରେ ଦ୍ୱିତୀୟ ଅର୍ଦ୍ଧ ସେମି ଫାଇନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଖେଳ ପରିଚାଳନା କମିଟି ଘୋଷଣା କରିଅଛନ୍ତି l ଖେଳ ଓ ଖେଳାଳିମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ଖେଳ ପଡିଆର ଉନ୍ନତି ପାଇଁ ସରକାରୀ ଆର୍ଥିକ ଅନୁଦାନ ଯୋଗାଇଦେବାକୁ ମୁଖ୍ୟ ଅତିଥି ମାନସ କୁମାର ବେହେରା ଅନୁରୋଧ କରିଥିଲେ l ପରିଶେଷରେ ସଦସ୍ୟ ସାନ୍ତୁନ କୁମାର ଛୋଟରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026